ଗଞ୍ଜାମ: ରଥଯାତ୍ରାରେ ଅଘଟଣ। ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ। ଭିଡ଼ ଅଧିକ ହୋଇଥିବା କାରଣରୁ ଠେଲା ପେଲା ବେଳେ ରଥଚକ ତଳେ ପଡ଼ିଯାଇଥିଲେ ଯୁବକ। ଫଳରେ ରଥ ତାଙ୍କ ଉପରେ ଚଢ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହେଲା।
ତେବେ ଆଜି ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର। ଆଉ ପୁରୀ ରଥଯାତ୍ରା ପରି ପ୍ରାୟ ଏବେ ସବୁ ଗାଁରେ ରତଯାତ୍ରା କରାଯାଉଛି।
ସେହିପରି ଗଞ୍ଜାମ ଜିଲ୍ଲା ପୋଲସରାର ପୁରୁଷୋତ୍ତମପୁର ଥାନା ଶିକୁଳା ଗାଁରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ବେସ ଆନନ୍ଦରେ ରଥ କାର୍ଯ୍ୟ ଚାଲିଥିଲା। ଧିରେ ଧିରେ ଭକ୍ତଙ୍କ ଗହଳି ମଧ୍ୟ ହେଲା।
ଆଉ ଶେଷରେ ରଥ ଟଣା ଆରମ୍ଭ ହେଲା। ହେଲେ ଏହାରି ଭିତରେ ଏକ ବଡ଼ ଅଘଟଣ ଘଟିଗଲା। ଭିଡ଼ ପ୍ରବଲ ହେବାରୁ ଠେଲାପେଲା ହେଲା। ଆଉ ଏହି ଠେଲା ପେଲାରେ ଜଣେ ଭକ୍ତ ରଥଚକା ତଳେ ପଡ଼ିଗଲେ। ଫଳରେ ରତ ତାଙ୍କ ଉପରେ ଚଢ଼ିଗଲା। ସଙ୍ଗେ ସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।