fbpx

ବଡ଼ ଖବର; ପଶ୍ଚିମବଙ୍ଗରେ ବଜ୍ରପାତରେ ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମାଲଦାରେ ଗୁରୁବାର ବଜ୍ରପାତରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲଦା ଜିଲ୍ଲା ଅଧିକାରୀ ନୀତିନ ସିଂଘାନିଆଙ୍କ କହିବା ଅନୁଯାୟୀ, ବଜ୍ରପାତରେ ମୃତ୍ୟୁବରଣ କରିଥିବା ୧୧ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଏବଂ ୨ ଜଣ ଯୁବକ ଅଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ।

ଏହାବ୍ୟତୀତ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମମତା ସୋସିଆଲ ମିଡିଆରେ ଲେଖିଛନ୍ତି, “ମାଲଦାରେ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା । ମୁଁ ମୋର ସମବେଦନା ଜଣାଉଛି । ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି ।

Get real time updates directly on you device, subscribe now.