fbpx

ଅକ୍ସନ ପୂର୍ବରୁ ବଡ଼ ଖବର: IPL-2024 ରୁ ନାମ ଫେରାଇ ନେଲେ ୩ ଖେଳାଳି

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆସନ୍ତାକାଲି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଏହି ନିଲାମୀରେ ମୋଟ ୩୩୩ ଖେଳାଳିଙ୍କ ନାମ ଚୟନ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଅକ୍ସନର ପୂର୍ବ ଦିନ ହିଁ ଲିଗ୍ ରୁ ନିଜ ନାମ ଫେରାଇ ନେଇଛନ୍ତି ୩ ଜଣ ଷ୍ଟାର ଖେଳାଳି । ଆଇପିଏଲ-୨୦୨୪ର ପ୍ରସ୍ତୁତି ପର୍ବ କାଲିଠାରୁ ଆରମ୍ଭ ହେବାକୁ ଥିବା ବେଳେ ଖେଳାଳିମାନେ ନିଲାମୀରୁ ଓହରି ଯାଇଛନ୍ତି ୩ ଜଣ ସୁପରଷ୍ଟାର । ଆସନ୍ତା ଆଇପିଏଲ ସିଜନ ନ ଖେଳିବା ପାଇଁ ଏହି ଖେଳାଳିମାନେ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, ଇଂଲଣ୍ଡର ଷ୍ଟାର ଲେଗ୍ ସ୍ପିନ ଅଲରାଉଣ୍ଡର ରେହାନ୍ ଅହମଦ ଆଇପିଏଲ ନିଲାମୀରୁ ନିଜ ନାମ ଫେରାଇ ନେଇଛନ୍ତି । ଏହାବ୍ୟତୀତ ବାଂଲାଦେଶର ପେସ୍ ବୋଲର ତସ୍କିନ ଅହମଦ ଏବଂ ସେରିଫୁଲ ଇସଲାମ ମଧ୍ୟ ଆଇପିଏଲ ନିଲାମୀରୁ ନିଜକୁ ଦୂରେଇ ଦେଇଥିବା ଜାଣିବାକୁ ମିଳିଛି । ତେବେ ଆଇପିଏଲ-୨୦୨୪ ପାଇଁ ଅକ୍ସନକୁ କିଛି ଘଣ୍ଟା ବାକି ଥିବା ବେଳେ ଏଭଳି ଏକ ବଡ଼ ଖବର ସାମନାକୁ ଆସିଛି । ମିଷ୍ଟ୍ରି ସ୍ପିନର ରେହାନ୍ ସର୍ଟ ନୋଟିସ ଦେଇ ନିଜ ନାମ ଫେରାଇ ନେଇଛନ୍ତି । ତେବେ ଇଂଲଣ୍ଡ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ(ମେ ୨୨-୩୦) ଖେଳିବାକୁ ଥିବାରୁ ଆଇପିଏଲରୁ ଦୂରେଇ ରହିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଆଇପିଏଲ ପାଇଁ ଇଂଲଣ୍ଡର ଖେଳାଳିମାନେ ଉପଲବ୍ଧ ରହିବେ ବୋଲି କହିଛି ଇଂଲଣ୍ଡ ବୋର୍ଡ ।

ଏହାବ୍ୟତୀତ ବାଂଲାଦେଶର ରେହାନ ଆସନ୍ତାବର୍ଷ ଆରମ୍ଭରେ ହିଁ ଭାରତ ଗସ୍ତରେ ଆସିବେ । ଭାରତ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ରେହାନ୍ । ତେବେ ସେ ଆଇପିଏଲ ଖେଳିଲେ ତାଙ୍କୁ ପ୍ରାୟ ୨ ମାସ ଘରୁ ବାହାରେ ରହିବାକୁ ପଡ଼ିବ । କିନ୍ତୁ ରେହାନ୍ କମ୍ ବୟସରେ ଏତେ ଦିନ ଦେଶ ବାହାରେ ରହିବା ପାଇଁ ଅନୁମତି ଦେବାକୁ ଚାହୁଁନି ଇଂଲଣ୍ଡ ବୋର୍ଡ । ସେହିପରି ମାର୍ଚ୍ଚ-ଏପ୍ରିଲରେ ଶ୍ରୀଲଙ୍କା ଏବଂ ଜିମ୍ବାୱେ ବିପକ୍ଷ ସିରିଜ କେଳିବା ପାଇଁ ତସ୍କିନ୍ ଅହମଦ ମଧ୍ୟ ଆଇପିଏଲରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.