ପଞ୍ଜାବ କିଙ୍ଗସ ପାଇଁ ଖୁସି ଖବର, ଆହତରୁ ଠିକ୍ ହୋଇଗଲେ ଏହି ଖେଳାଳି, ସିଧା କ୍ୱାଲିଫାୟର-୨ରେ କରିବେ ଏଣ୍ଟ୍ରୀ!
ଆଜି କ୍ୱାଲିଫାୟର-୨, ପଞ୍ଜାବ କିଙ୍ଗସ ଟିମକୁ ଫେରିବେ ଏହି ଖେଳାଳି
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବର୍ତ୍ତମାନ ଆଉ ଦୁଇଟି ମୁକାବିଲା ବାକି ରହିଛି। ଆଜି ଅହମଦାବାଦରେ ଖେଲାଯିବ କ୍ୱାଲିଫାୟର-୨। ଏହାପରେ ଫାଇନାଲ। ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଯାହାକି ପଞ୍ଜାବ କିଙ୍ଗ ପାଇଁ ଭଲ ଏବଂ ଖୁସି ଖବର।
କ୍ୱାଲିଫାୟର-୨ରେ ଖେଳିପାରନ୍ତି ପଞ୍ଜାବ କିଙ୍ଗସର ଏହି ଷ୍ଟାର ଖେଳାଳି: ଟିମର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା ବଢିଯାଇଛି। ଚହଲ ନିଜ ହାତରେ ଲାଗିଥିବା ଆଘାତ ଯୋଗୁଁ ସେ ଆଇପିଏଲ ୨୦୨୫ର ଲିଗ ଷ୍ଟେଜର ଶେଷ ଦୁଇଟି ମ୍ୟାଚରେ ଘରେ ରହିଥିଲେ।
ଏହାପରେ ସେ କ୍ୱାଲିଫାୟର ୧ରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ମିସ୍ କରିଛନ୍ତି, ଯେଉଁଥିରେ ପଞ୍ଜାବ କିଙ୍ଗକୁ ହାରିବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ଏହି ଖବର ସାମ୍ନାକୁ ଆସୁଛ ଯେ, ଚହଲ ନିଜ ଦେହରେ ଲାଗିଥିବା ଆଘାତରୁ ସୁସ୍ଥ ହେଉଛନ୍ତି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରାକ୍ଟିସ ସେସନରେ ସେ ନିଜର ଟିମ ସହ ବୋଲିଂ କରୁଥିବା ନଜର ଆସିଛନ୍ତି। ଏଥିରେ ଚହଲଙ୍କ ପ୍ରତ୍ୟାବର୍ତ୍ତନର ଆଶଙ୍କା ବଢିଯାଇଛି।