ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ କଟିବ ୫୨ ଲକ୍ଷ ଭୋଟରଙ୍କ ନାଁ, କାରଣ ଜାଣିଲେ…

ପାଟନା,୨୨ା୭: ବିହାରରେ ଚାଲିଥିବା ଭୋଟର ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ (SIR) ପ୍ରକ୍ରିୟା ଅଧୀନରେ ଭାରତୀୟ ନିର୍ବାଚନ କମିଶନ (ECI) ସଦ୍ୟତମ ସଂଖ୍ୟା ପ୍ରକାଶ କରିଛନ୍ତି। ଏହି ସଂଖ୍ୟା ଅନୁଯାୟୀ, ଅଗଷ୍ଟ ୧ରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାରେ ବିହାରର ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ରହିବ ନାହିଁ। ଆଗାମୀ ତିନି ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ।

ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ ସମୟରେ ମିଳିଥିବା ୫୨ ଲକ୍ଷରୁ ଅଧିକ ଭୋଟର ଯେଉଁମାନେ ସେମାନଙ୍କ ଠିକଣାରେ ମିଳୁନାହାନ୍ତି। ଏହା ବ୍ୟତୀତ ଏଥିରେ ମୃତ ଭୋଟର, ସ୍ଥାନାନ୍ତରିତ ଭୋଟର, ଏକାଧିକ ସ୍ଥାନରେ ପଞ୍ଜୀକୃତ ଭୋଟର  ଯେଉଁ ଭୋଟରଙ୍କ ସ୍ଥାନ ଖୋଜାଯାଇପାରି ନାହିଁ ସେମାନେ ଅନ୍ତର୍ଭୁକ୍ତ।

ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ନୂତନ ସରକାରୀ ତଥ୍ୟ ଅନୁଯାୟୀ, ବିହାରରେ ଭୋଟର ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ (SIR) ସମୟରେ ୧୮,୬୬,୮୬୯ ମୃତ ଭୋଟର ମିଳିଛି। ଏହା ବ୍ୟତୀତ ନୂତନ ତଥ୍ୟରେ ୨୬,୦୧,୦୩୧ ଜଣ ସ୍ଥାନାନ୍ତରିତ ଭୋଟର, ୭,୫୦,୭୪୨ ଜଣ ଭୋଟର ଯାହାଙ୍କ ନାମ ଗୋଟିଏରୁ ଅଧିକ ସ୍ଥାନରେ ପଞ୍ଜୀକୃତ ଏବଂ ୧୧,୪୮୪ ଜଣ ଭୋଟର ଯାହାଙ୍କ ସ୍ଥାନ ଜଣା ନାହିଁ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।