fbpx

(Video) ବଡ଼ ଖବର, ମରିଗଲା କୁମ୍ଭୀର… ଲୋକଙ୍କ ମନରେ ଆଶ୍ୱସ୍ତି: ଜାଣନ୍ତୁ ସତ୍ୟତା

ଏବେ କୁମ୍ଭୀରକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଥିବା ବେଳେ, ସବୁଦିନ କୁମ୍ଭୀରକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । କେଉଁଠି କୁମ୍ଭୀର ସମସ୍ତଙ୍କ ଆଗରେ ମଣିଷଙ୍କୁ ଟାଣି ନେଇ ଖାଇଗଲାଣି ତ, ଆଉ କେଉଁଠି କିଏ କୁମ୍ଭୀର ସହ ଲଢେଇ କରି ମରଣ ମୁହଁରୁ ଫେରିଲାଣି…. ଆଉ କେଉଁଠି ପୁଣି କୁମ୍ଭୀରକୁ ଦେଖି ନଇ କୂଳିଆ ଲୋକେ ଛାନିଆ ହେଉଥିବାର ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଏବେ କୁମ୍ଭୀର ଦାଉରୁ ମୁକ୍ତି ମିଳିଛି ବୋଳି କୁହାଯାଉଛି । କାରଣ ମଣିଷଖିଆ ପାଗଳ କୁମ୍ଭୀରଟିର ମୃତ୍ୟୁ ହୋଇଥିବା କଥା ଏବେ ଜାଣିବାକୁ ମିଳିଛି ।

ମଣିଷଖିଆ କୁମ୍ଭୀର ଭୟରେ ପରିସ୍ଥିତି ଏମିତି ହୋଇଛି କି ଲୋକେ ନଈକୁ ଦେଖି ଡରିଲେଣି । କୁମ୍ଭୀର ଲୋକଙ୍କୁ ଟାଣି ନେଇ ଖାଉଥିବାର ଦୃଶ୍ୟ ଯିଏ ଦେଖିଛି, ସିଏ ନଈକୁ ଦେଖିଲେ ଡରୁଛି । ଏହାସହିତ ବନବିଭାଗର ପ୍ରଚାର ଏବଂ ସତର୍କବାଣୀ ମଧ୍ୟ ଲୋକଙ୍କୁ ଆହୁରି ଛାନିଆ କରୁଛି । କିନ୍ତୁ ଏହା ଭିତରେ କୁମ୍ଭୀରକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ଆଦମଖୋର ପାଗଳ କୂୁମ୍ଭୀରଟି ମରିଯାଇଥିବା ନେଇ ଏକ ଖବର ଏବେ ଶୁଣିବାକୁ ମିଳିଛି । ଯାହା ଶୁଣି ଓଡ଼ିଶାବାସୀ ଟିକିଏ ଆଶ୍ୱସ୍ତି ଲାଭ କରିଛନ୍ତି । କିନ୍ତୁ ଜାଣି ରଖନ୍ତୁ ପ୍ରାଣ ହରାଇଥିବା ଏହି କୁମ୍ଭୀରଟି ଥିଲା ଶାକାହାରୀ । ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି । କେରଳର କାଶରଗୌଡରେ ଥିବା ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରରେ ଆଖି ବୁଜିଛି ଦିବ୍ୟ ବାବିୟା । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା କୁମ୍ଭୀର ବାବିୟା । ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ଥିବା ବେଳେ ଏଠାରେ ଭକ୍ତମାନେ କୁମ୍ଭୀରକୁ ମଧ୍ୟ ପୂଜା କରିଥିବାର ଦେଖାଯାଏ ।

ପୂଜାରୀଙ୍କ କହିବା ଅନୁଯାୟୀ ଏହି କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ୱିପ୍ରହରରେ ବାହାରକୁ ଆସୁଥିଲା । ଲୋକଙ୍କ କହିବା ଅନୁସାରେ ବାବିୟା ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା । ଆଉ ଭଗବାନଙ୍କ ପ୍ରସାଦ ଖାଇ ବଞ୍ଚୁଥିଲା । ତେବେ କିଛିଦିନ ଧରି ସେ ଅସୁସ୍ଥ ପଡ଼ିଥିଲା ଏହି କୁମ୍ଭୀର । ପଶୁ ଚିକିତ୍ସକ ତାର ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳିନାହିଁ । କେବଳ ଭଗବାନଙ୍କ ପ୍ରସାଦ ଖାଇ ଜୀବନ ଧାରଣ କରୁଥିବା ବାବିୟାକୁ ଆଖି ବୁଜିବା ପରେ ତାକୁ ଜଣେ ସନ୍ଥଙ୍କ ପରି ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଅନ୍ତିମ ସଂସ୍କାର କରାଯାଇଛି ।

Get real time updates directly on you device, subscribe now.