fbpx

ତାଜିନ୍ଦର ବଗ୍ଗାଙ୍କୁ ଅନ୍ତରୀଣ ରିହାତି: ଗିରଫ ଉପରେ ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଳୀ: ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗା ଆଶ୍ୱସ୍ତ । ଗିରଫ ମାମଲାକୁ ନେଇ ଅନ୍ତରୀଣ ରିହାତି ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ବଗ୍ଗାଙ୍କୁ ଗିରଫ କରାଯିବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଶୁକ୍ରବାର ଦିନ ୮.୩୦ରେ ପଞ୍ଜାବ ପୋଲିସ ବଗ୍ଗାଙ୍କୁ ଗିରଫ କରିଥିଲା । ରାଜନୈତିକ ଅଭିସନ୍ଧି ରଖି ବଗ୍ଗାଙ୍କୁ ଗିରଫ କରାଯାଇଥିବା ନେଇ ତାଙ୍କ ପିତା ଅଭିଯୋଗ କରାଯାଇଥିଲା । ମୋହାଲିରେ ଆଗତ ଏକ ମାମଲାରେ ପଞ୍ଜାବ ପୋଲିସ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।

ଏହାପରେ ବଗ୍ଗାଙ୍କ ପିତା ଦିଲ୍ଲୀ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ୍ ପକ୍ଷରୁ ପଞ୍ଜାବ ପୋଲିସର ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରାଯିବା ପରେ ଉକ୍ତ ଏଫ୍ଆଇଆରକୁ ହରିୟାଣା ପୋଲିସକୁ ହସ୍ତାନ୍ତର କରିଥିଲେ । ହରିୟାଣା ପୋଲିସ୍ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଥିଲେ ।

କୁରୁକ୍ଷେତ୍ରରେ ୪ ଘଣ୍ଟାର ମହାଭାରତ ପରେ ଶେଷରେ ବଗ୍ଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଦିଲ୍ଲୀ ପୋଲିସ୍ ପକ୍ଷରୁ ଶୁକ୍ରବାର ରାତି ୧୨.୩୦ ରେ ଗୁରୁଗ୍ରାମ ସ୍ଥିତ ଦ୍ୱାରକା ଅଦାଲତର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲେ । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସ୍ୱୟଂସିଦ୍ଧା ତ୍ରିପାଠୀ ବଗ୍ଗାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏହା ପରେ ପୁଲିସର ସୁରକ୍ଷା ସହିତ ବଗ୍ଗାଙ୍କୁ ଘରକୁ ପଠାଯାଇଥିଲା । ଜୁଲାଇ ୫ ମଧ୍ୟରେ ପଞ୍ଜାବ ସରକାର ବଗ୍ଗାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ।

Get real time updates directly on you device, subscribe now.