fbpx

କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବଡ଼ ଘୋଟାଲା: ୧୪୭ କୋଟିର ମହାଦୁର୍ନୀତିରେ ସାମିଲ ଥିବା ଅସାଧୁଙ୍କ ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ଓଡିଶା ସମବାୟ ବ୍ୟାଙ୍କରେ ଘଟିଛି ମହାଦୁର୍ନୀତି । ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବାର ଜଣାପଡିଛି । କେବଳ ଏହି ବ୍ୟାଙ୍କ ନୁହେଁ, ୧୩ଟି ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷର ହେରଫେର ହୋଇଛି । ସେଥିରୁ ମାତ୍ର ୧.୮୪ କୋଟି ଟଙ୍କା ଆଦାୟ ହୋଇତିବ ବେଳେ ୧୯.୩୪ କୋଟି ଆଦାୟ ପାଇଁ ନିର୍ଦ୍ଦେଶ ରହିଛି ।

ସେହିପରି ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି, ରାଜ୍ୟ ସରକାର କ୍ଷ ସେଥିରୁ ସୁନ୍ଦରଗଡ଼ରେ ସର୍ବାଧିକ ୩୨ କୋଟି ୨୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ସମ୍ବଲପୁରରେ ୩୦ କୋଟିର ଦୁର୍ନୀତି ହୋଇଛି । କେନ୍ଦୁଝରରେ ୧୭ କୋଟି, ବ୍ରହ୍ମପୁରରେ ୧୦ କୋଟି, ବାଙ୍କୀ ଓ ବାଲେଶ୍ବରରେ ୯ କୋଟିରୁ ଅଧିକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ ସାମିଲ ଥିବା ସମସ୍ତ ଆସାଧୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.