fbpx

ସୁରକ୍ଷାକର୍ମାଙ୍କୁ ବଡ ସଫଳତା; ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଗତକାଲି ଗ୍ରେନ୍ଡ ଫିଙ୍ଗି ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିପଡିଥିବା ଆତଙ୍କବାଦୀ ନାଁ ହେଉଛି ଇମ୍ରାନ ବଶିର୍ । ତେବେ ବଶିର୍ ଗତକାଲି ଜମ୍ମୁ-କାଶ୍ମୀରର ସୋପିଆନରେ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରିଥିଲେ । ଯହାଫଳରେ ଗତକାଲି ୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତକ ୨ ଜଣ ଉତ୍ତର ପ୍ରଦେଶର କନୌଜର ଅଞ୍ଚଳର ବୋଲି ସୂଚନା ମିଳିଥିବାବେଳେ ସେମାନଙ୍କ ନାଁ ମନୀଷ କୁମାର ଏବଂ ରାମ ସାଗର ବୋଲି ଜଣା ପଡିଥଇଲା ।

ମିଳିଥିବା ସୁଚନା ଅନୁଯାୟୀ ସୋମବାର ଦିନ ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ସୋପିଆନରେ ଗ୍ରେନେଡ୍ ମାଡ କରିଥିଲେ । ଫଳରେ ୨ ପ୍ରବାସୀ ଶ୍ରମିକ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସମ୍ପର୍କରରେ କାଶ୍ମୀର ଜୋନ ପୋଲିସ ଟ୍ୱିଟ କରି ସୂଚନା ଦେଇଥିଲେ । ଏଥିସହିତ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଲସ୍କର ଅତଙ୍କବାଦୀକୁ ମଧ୍ୟ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.