fbpx

(ଭିଡିଓ)ଉଦ୍ଧାର ହେଲା ୩୦ରୁ୪୦ କେଜିର କଇଁଛ, ଦେଖନ୍ତୁ ଏହି ବିରଳ କଇଁଛର ଭିଡିଓ

ଯାଜପୁର:ଆପଣ କଇଁଛ ତ ନିହାତି ଭାବରେ ଦେଖିଥିବେ । ଯାହାର ଆକାର ସାଧାରଣ ହୋଇଥିବା ବେଳେ ଏହା ୧କେଜିରୁ ୨କେଜି ହୋଇଥିବ । କିନ୍ତୁ ଆମେ ଯେଉଁ କଇଁଛ କଥା କହୁଚୁ ଆପଣ ଏଭଳି କଇଁଛ ଦେଖି ନଥିବେ । ଯାହାକୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଇଁଛଟି ବେଶ ବଡ ଧରଣର ହୋଇଥିବା ବେଳେ ଏହା ଦେଖିବାକୁ ମଧ୍ୟ ବିରଳ ହୋଇଥିଲା । ତେବେ ଏହି କଇଁଛକୁ ଦେଖି ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ ।

ସୂଚନାମୁତାବକ ଏହି କଇଁଛକୁ ଯାଜପୁର ମଙ୍ଗଳପୁର ଥାନା ତରପଡା ଗାଁରୁ ଉଦ୍ଧାର କରାଯାଇଛି । ଏହାକୁ କଟକ ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ ଏହି ବିରଳ କଇଁଛ ଖବର ପାଇଁ ଏହାକୁ ଉଦ୍ଧାର କରିବା ପାଇଁ ସୂଚନା ପାଇଥିଲେ । ତେବେ ଏହାକୁ ଉଦ୍ଧାର କରିବା ପାଇଁ ସେ ଯାଜପୁର ରୋଡ ରେଞ୍ଜର ଦୂତିରଞ୍ଜନ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ନିର୍ଦ୍ଦେଶ ପାଇବା କ୍ଷଣି ରେଞ୍ଜର ଶ୍ରୀ ମହାପାତ୍ର ଏହାକୁ ଉଦ୍ଧାର କରିବା ପାଇଁ ପହଞ୍ଚି ଯାଇଥିଲେ । ତେବେ ଏଭଳି ବିରଳ କଇଁଛ କୁ ଦେଖି ବନଖଣ୍ଡ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହା କେଉଁଠାରୁ ଆସିଲା ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । ତେବେ ଏହି କଇଁଛକୁ ବର୍ତ୍ତମାନ ବାରଙ୍ଗସ୍ଥିତ ନନ୍ଦନକାନନକୁ ପଠାଇ ଦିଆଯାଇଛି ।

 

Get real time updates directly on you device, subscribe now.