(Breaking) ମହିଳାଙ୍କ ପାଇଁ ବଡ ଖବର, ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ

ରାଜ୍ୟର ସବୁ ମାଆମାନେ ପାଇବେ ସୁଭଦ୍ରାର ଫାଇଦା । ଯେଉଁମାନେ ଟଙ୍କା ପାଇନାହାନ୍ତି, ସେମାନଙ୍କ ସର୍ଭେ କାମ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧ ଶେଷ

ଭୁବନେଶ୍ୱର– ସୁଭଦ୍ରା ଯୋଜନାକୁ ନେଇ ବଡ ଓ ଖୁସି ଖବର । ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ । ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ କାମ ସରିବ । ତା ପରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ପରିଡା କହିଛନ୍ତି, ରାଜ୍ୟର ସବୁ ମାଆମାନେ ପାଇବେ ସୁଭଦ୍ରାର ଫାଇଦା । ଯେଉଁମାନେ ଟଙ୍କା ପାଇନାହାନ୍ତି, ସେମାନଙ୍କ ସର୍ଭେ କାମ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧ ଶେଷ ହେବ ।

୪ର୍ଥ ପର୍ଯ୍ୟାୟ ଟଙ୍କା ସହ ଦ୍ୱିତୀୟ କିସ୍ତି ମାର୍ଚ୍ଚ ୮, ରାକ୍ଷୀ ପୂର୍ଣ୍ଣିମାରେ ମିଳିବ । କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଯେମିତି ବାଦ ପଡିବେ ନାହିଁ ତା ଉପରେ କାମ ଚାଲିଛି ।

ଆଜି ଫିଡ୍ଡ ରିପୋର୍ଟ ଆସିବ । ତାକୁ ଅନୁଶୀଳନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ୨୦୨୫ ସୁଭଦ୍ରା ବର୍ଷ ହେବ ବୋଲି କହିଛନ୍ତି ପରିଡା ।

ମହିଳାଙ୍କୁ ସଶକ୍ତ କରିବା ଦୃଷ୍ଟିରୁ ମୋଦି ସରକାର ସୁଭଦ୍ରା ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ଗତ ନିର୍ବାଚନରେ ବିଜେପିର ମାନିେଷ୍ଟୋରେ ସ୍ଥାନ ପାଇଥିଲା । ତେବେ ସେତେବେଳେ କୁହାଯାଇଥିଲା କି ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ ।

କିନ୍ତୁ ନିର୍ବାଚନ ପରେ ଏହିକୁ ବାର୍ଷିକ ୧୦ ହଜାର ଟଙ୍କା ଦୁଇଟି କିସ୍ତି କରାଯାଇଛି । ତଥାପି ଅନେକ ମହିଳା ଏହି ଟଙ୍କାକୁ ନିବେଶ କରି ଆତ୍ମନିର୍ଭରଶୀଳ ହୋଇଥିବା ଜଣାପଡିଛି ।