ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ…
IIM ସମ୍ୱଲପୁରର ଛାତ୍ରଛାତ୍ରୀ ସୁଭଦ୍ରା ସର୍ଭେ କରିବେ ।
ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । IIM ସମ୍ୱଲପୁରର ଛାତ୍ରଛାତ୍ରୀ ସୁଭଦ୍ରା ସର୍ଭେ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଜଣେ ବି ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେ ନାହିଁ । ଏନେଇ ସରକାର ପଦକ୍ଷେପ ନେଉଛନ୍ତି ।
ଯେଉଁମାନେ ଏହି ଯୋଜନାରୁ ବାଦ ପଡିଛନ୍ତି ସେମାନେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପୁଣି ସର୍ଭେ କରିବେ ରାଜ୍ୟ ସରକାର । IIM ସମ୍ୱଲପୁରର ଛାତ୍ରଛାତ୍ରୀ ସୁଭଦ୍ରା ସର୍ଭେ କରିବେ । ସର୍ଭେ କରିବା ପରେ ସରକାରଙ୍କ ନିକଟରେ ସମସ୍ତ ରିପୋର୍ଟ ଦାଖଲ କରିବେ ।
ତେବେ ବଞ୍ଚିତ ଥିବା ସମସ୍ତ ହିତାଧିକାରୀଙ୍କୁ ଏକା ସାଙ୍ଗରେ ୩ଟି କିସ୍ତି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ପ୍ରକାଶଥାଉକି, ବର୍ଷକୁ 2ଟି କିସ୍ତିରେ 10 ହଜାର ଟଙ୍କା ଦିଆଯିବା ନେଇ ସରକାର ଘୋଷଣା କରିଥିଲେ ।
ଏହି କ୍ରମରେ ବର୍ତ୍ତମାନ 1 କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି । ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ ।