fbpx

ହମିଦ ହସନଙ୍କ ଘାତକ ବୋଲିଂ; ଆଫଗାନିସ୍ତାନର ବୃହତ ବିଜୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖିଛି । ପ୍ରଥମ ମ୍ୟାଚରେ ବୃହତ ବିଜୟ ହାସଲ କରିଥିବା ଆଫଗାନିସ୍ତାନ ଆଉ ଏକ ବଡ ବିଜୟ ସହିତ ସେମି ଫାଇନାଲ ଦାବିଦାରୀକୁ ଦୃଢ କରିଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିବା ବେଳେ ନାମିବ୍ୟା ମାତ୍ର ୯୮/୯ରେ ସୀମିତ ରହିଥିଲା । ଦୁଇ ପେସ ବୋଲର ହମିଦ ହସନ ଓ ନବୀନ ଉଲ ହକ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ । ହମିଦ ମାତ୍ର ୯ ରନରେ ୩ଟି ୱିକେଟ ନେଇ ନାମିବ୍ୟାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମହମ୍ମଦ ଶେହଜାଦ ସର୍ବାଧିକ ୪୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସଘର ଆଫଗାନ ୩୧ ଓ ମହମ୍ମଦ ନବି ୩୨ ରନ ସଂଗ୍ରହ କରିଥିଲେ । ଟ୍ରମ୍ପେଲଟନ୍ ଓ ଏଟନ୍ ସର୍ବାଧିକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଆଫଗାନ ୫ ୱିକେଟ ହରାଇ ୧୬୦ ରନ କରିଥିଲା । ଜବାବରେ ହମିଦ ହସନ ଓ ନବୀନ ଉଲ ହକଙ୍କ ଘାତକ ବୋଲିଂରେ ନାମିବ୍ୟା ୯ ୱିକେଟ ହରାଇ ୯୮ ରନରେ ସୀମିତ ରହିଥିଲା । ଡେଭିଡ ୱାଇସେ ସର୍ବାଧିକ ୨୬ ରନ କରିଥିଲେ ।

Get real time updates directly on you device, subscribe now.