fbpx

Bigg Boss୧୫ ଫାଇନାଲ୍ ଏପିସୋଡ୍: ଆଜି ହେବ ବିଜେତା ଘୋଷଣା, ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳୀ

ମୁମ୍ବାଇ: ବିଗ୍ ବସ୍ ୧୫ ବର୍ତ୍ତମାନ ଶେଷ ଏପିସୋଡରେ ପହଞ୍ଚିଛି । ଦୁଇ ଦିନର ଫାଇନାଲ୍ ଏପିସୋଡର ପ୍ରଥମ ଦିନ ଅର୍ଥାତ୍ ଶନିବାର ଦିନ ସମସ୍ତ ପ୍ରତିଯୋଗୀଙ୍କ ମା’ ଶୋ ରେ ଆସି ପହଞ୍ଚିଥିଲେ । ଆଜିର ଏହି ଫିନାଲେ ଏପିସୋଡରେ ବିଜେତାଙ୍କ ନାମ ଘୋଷଣା ହେବା ସହିତ ଏହି ଅବସରରେ ଯୋଗ ଦେବାକୁ ଥିବା ଅନ୍ୟ ଅତିଥିଙ୍କୁ ନେଇ ମଧ୍ୟ ସ୍ପେଶାଲ୍ ହେବାକୁ ଯାଉଛି । ରବିବାର ଦିନ ଶୋ’କୁ ଫର୍ମର୍ ୱିନର୍ ଗୌହର ଖାନ୍, ଗୌତମ ଗୁଲାଟି, ରବିବା ଦିଲୈକ୍, ଉର୍ବଶୀ ଢ଼ୋଲକିୟା ଓ ଶ୍ୱେତା ତିୱାରୀ ନଜର ଆସିବେ । ଶୋ’ରେ ପୂର୍ବତନ ପ୍ରତିଯୋଗୀ ମାନେ ଧମାଲ କରିବାକୁ ଯାଉଛନ୍ତି ।

 

View this post on Instagram

 

A post shared by ColorsTV (@colorstv)

ଫିନାଲେ ରେ ଶମିତା ସେଟ୍ଟୀ, କରଣ କୁନ୍ଦ୍ରା, ତେଜସ୍ୱୀ ପ୍ରକାଶ, ନିଶାନ୍ତ ଭଟ୍ଟ, ପ୍ରତୀକ ସହଜପାଲ, ରଶ୍ମୀ ଦେସାଇଙ୍କ ପାୱାର୍ ପ୍ୟାକ୍ ପରଫର୍ମାନ୍ସ ଦେଖିବାକୁ ମିଳିବ । ଏଥିରେ ରାକ୍ଷୀ, ରବୀନାଙ୍କୁ ଡାନ୍ସ ଚ୍ୟାଲେଞ୍ଜ ଦେଇଥିବା ଦେଖିବାକୁ ମିଳିବ । ଦୁହେଁ ଚିକନୀ ଚମେଲୀ ଗୀତରେ ନାଚୁଛନ୍ତି ।

 

View this post on Instagram

 

A post shared by ColorsTV (@colorstv)

ଏହାବ୍ୟତୀତ ବିଗ୍ ବସ୍ ୧୩ର ବିଜେତା ତଥା ଲୋକପ୍ରିୟ ଟିଭି ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଟ୍ରି-ବ୍ୟୁଟ୍ ଦିଆଯିବ । ଏହି କ୍ରମରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଶୋ’ରେ ତାଙ୍କ ବାନ୍ଧବୀ ଶେହନାଜ ଗିଲ୍ ଯୋଗ ଦେବେ । ଦୁହେଁ ଖୁବ୍ ଖାସ୍ ବନ୍ଧୁ ଥିଲେ ।

 

View this post on Instagram

 

A post shared by ColorsTV (@colorstv)

Get real time updates directly on you device, subscribe now.