fbpx
BSKY SKY
BSKY SKY

ବ୍ୟକ୍ତିଗତ ମାମଲା ନୁହେଁ ଯୌନ ଶୋଷଣ, ଏହାଦ୍ୱାରା ସମାଜ ଉପରେ ପଡ଼ିଥାଏ କୁପ୍ରଭାବ: ହାଇକୋର୍ଟ

BSKY

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ କୌଣସି ପ୍ରକାରେ ବି ବ୍ୟକ୍ତିଗତ ମାମଲା ହୋଇପାରିବ ନାହିଁ, ଏହା ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏପରି କହିଛନ୍ତି । ଜଣେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ, ପିଛା କରିବା ଓ ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ମାମଲାରେ ଅଭିଯୁକ୍ତ ବିରୋଧରେ ଦାୟର ହୋଇଥିବା ପ୍ରାଥମିକୀକୁ ରଦ୍ଦ କରିବା ଆବେଦନକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟରେ ଉଭୟ ପକ୍ଷରୁ ପ୍ରାଥମିକୀକୁ ଖାରଜ କରିବା ନେଇ ଆବେଦନ କରାଯାଇଥିଲା ଓ ସେମାନେ କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇସାରିଛି । ହେଲେ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ୍ ମୁକ୍ତା ଗୁପ୍ତା କହିଛନ୍ତି ଯେ, ଯୁବତୀଙ୍କ ଫଟୋ କୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ଫଳରେ ଅନେକ ଲୋକ ଟଙ୍କା ବଦଳରେ ଅବୈଧ ଲାଭ ଉଠାଇବାକୁ ଚେଷ୍ଟା କରିବାକୁ ଲାଗିଥିଲେ । ଏପରି ପରିସ୍ଥିତିରେ ଏଫଆଇଆର୍ କୁ ଏପରି କହି ଖାରଜ କରାଯାଇପାରିବ ନାହିଁ ଯେ, ଆବେଦନକର୍ତ୍ତା ନିଜ କର୍ମ ପାଇଁ ପଶ୍ଚାତାପ କରୁଛନ୍ତି ।

ଅଭିଯୋଗକାରୀଙ୍କ କହିବାନୁସାରେ, କୋଚିଂ ସେଣ୍ଟରରେ ପଢ଼ୁଥିବା କିଛି ଛାତ୍ର ଯୁବତୀଙ୍କ ସହିତ ସମ୍ପର୍କ ବଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ମନା କରିଦେଇଥିଲେ । ଏହାପରେ ଅଭିଯୁକ୍ତ ଜଣକ ଯୁବତୀଙ୍କ ଉପରେ ଚାପ ପକାଇବାକୁ ଲାଗିଲା । ଯାହା ଫଳରେ ଯୁବତୀ କୋଚିଂ ସେଣ୍ଟର୍ ଛାଡ଼ି ଦେଇଥିଲେ । ଏହାପରେ ଯୁବତୀଙ୍କ ବିବାହ ହୋଇଯାଇଥିଲା । କିନ୍ତୁ ଅଭିଯୁକ୍ତ ଜଣକ ଯୁବତୀଙ୍କ ସ୍ୱାମୀଙ୍କୁ ଫୋନ୍ କରି ମହିଳାଙ୍କୁ ଚରିତ୍ରହୀନ ବୋଲି କହିଥିଲେ । ଖାଲି ସେତିକି ନୁହେଁ ଯୁବତୀଙ୍କ ଉପରେ ଏସିଡ୍ ଦ୍ୱାରା ଆକ୍ରମଣ କରିବ ବୋଲି ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ । ଏହାପରେ ପୋଲିସ୍ ଷ୍ଟେସନରେ ଏଫଆଇଆର୍ ଦିଆଯାଇଥିଲା ।

 

Get real time updates directly on you device, subscribe now.