fbpx
BSKY
BJD YOUTH SKY
BJD MS SKY

ପାର୍ଲରରେ ଜଣେ ବ୍ୟକ୍ତିଙ୍କୁ ମସାଜ୍ କରୁଥିଲେ ମହିଳା, ହଠାତ୍ ଚାଲିଗଲା ଉକ୍ତ ଯୁବକଙ୍କ ଜୀବନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଯେ କୌଣସି ଲୋକ ଠିଆ ହୋଇଥିବା, ବସିଥିବା ଅବସ୍ଥାରେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ତେବେ ନିକଟରେ ଥାଇଲାଣ୍ଡରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ବ୍ରିଟେନର ଜଣେ ବ୍ୟକ୍ତିଙ୍କୁ ଜଣେ ମହିଳା ମସାଜ୍ କରୁଥିଲେ । ହଠାତ୍ ପାର୍ଲର ମଧ୍ୟରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁବରଣ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

ଥାଇଲାଣ୍ଡର ହାପି ଏଣ୍ଡିଂ ନାମକ ଏକ ପାର୍ଲରେ ଉକ୍ତ ଯୁବକଙ୍କ ଲାଇଫ୍ ଏଣ୍ଡିଂ ହୋଇଯାଇଛି । ୨୪ ଘଣ୍ଟା ପାଇଁ ଏହି ପାର୍ଲର ଖୋଲା ରହିଥାଏ । ଯୁବକ ଜଣଙ୍କ ଦିନ ୩ଟା ସମୟରେ ପାର୍ଲରକୁ ଆସିଥିବା ବେଳେ କପଡ଼ା ଖୋଲି ମସାଜ୍ ହେବା ପାଇଁ ଶୋଇଯାଇଥିଲେ । ତେବେ ମହିଳା ଜଣଙ୍କ ମାଲିସ୍ କରୁଥିବା ସମୟରେ ହଠାତ୍ ଯୁବକଙ୍କ ଶ୍ୱାସକ୍ରିୟା ବଢ଼ିବାରେ ଲାଗିଥିଲା । ଏହାର କିଛି ସମୟ ପରେ ପାର୍ଲର କର୍ମଚାରୀମାନେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ହେଁ ଯୁବକ ଜଣଙ୍କ ପ୍ରାଣ ହରାଇଥିଲେ । ତେବେ ମୃତ ଯୁବକ ଜଣଙ୍କ ସହିତ କାହାର କୌଣସି ବିବାଦ ହୋଇନଥିବା ବେଳେ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ତଦନ୍ତ କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.