fbpx

ଆସନ୍ତା ଫେବୃଆରୀ ପୂର୍ବରୁ ବନ୍ଦ ହୋଇଯିବ ‘Bigg Boss-15’: ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି TRP

ନୂଆଦିଲ୍ଲୀ: ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ ବସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦୀର୍ଘ ସମୟ ଧରି ଶୋ’ କୌଣସି ଆଖିଦୃଶିଆ ହିଟ୍ ଦେଇ ନ ପାରିବା କାରଣରୁ ଟିଆରପି ସଙ୍କଟ ଦେଖାଦେଇଛି । ସିଜନ ୧୫ର ପ୍ରତିଯୋଗୀମାନଙ୍କ ନାମ ଘୋଷଣା ହେବା ପରେ ଦର୍ଶକମାନେ ଶୋକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ । ମାତ୍ର ଏବେ ଶୋ ଫ୍ଲପ୍ ହେବା ପରେ ସେମାନେ ଭାଙ୍ଗି ପଡ଼ିଛନ୍ତି । ବିଗ୍ ବସର ୧୫ତମ ସଂସ୍କରଣ ଜନତାଙ୍କୁ ଏଣ୍ଟରନେଟ୍ କରିବାରେ ବିଫଳ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

ଦିନକୁ ଦିନ ଶୋ’ର ଟିଆରପି ନିମ୍ନମୁଖୀ ହେବାରେ ଲାଗିଛି । ଏପରିକି ସଲମନ ଖାନଙ୍କ ସାପ୍ତାହିକ ଏପିସୋଡରେ ମଧ୍ୟ ଏହାର ଦୃଷ୍ଟାନ୍ତ ପରିଲକ୍ଷିତ ହୋଇଛି । ୧୫ତମ ସଂସ୍କରଣର ଏପରି ଦୟନୀୟ ପରିସ୍ଥିତିକୁ ଦେଖି ନିର୍ମାତାମାନେ ଶୋକୁ ସମୟ ପୂର୍ବରୁ ବନ୍ଦ କରିବାର ବିକଳ୍ପ ଖୋଜୁଛନ୍ତି । ତେବେ ଟିଆରପିକୁ ଦୃଷ୍ଟିରେ ରଖି ଶୋ’କୁ ଆସନ୍ତା ବର୍ଷ ଫେବୃଆରୀ ମାସ ପୂର୍ବରୁ ବନ୍ଦ କରାଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ସିଜିନ ୧୫କୁ ସଫଳ ଓ ଆକର୍ଷଣୀୟ କରିବା ପାଇଁ ନିର୍ମାତାମାନେ ଅନେକ ନୂଆ ନୂଆ ଏକ୍ସପରିମେଣ୍ଟ କରିଥିଲେ । ପ୍ରତିଯୋଗୀ, ହୋଷ୍ଟ ଉପରେ ଶୋରେ ଅନେକ ଅର୍ଥ ବ୍ୟୟ କରାଯାଇଥିଲା । ଜଙ୍ଗଲ ଥିମ ସେଟଅପ କରାଯିବା ସହ ଟିଭିର ବଡ଼ ବଡ଼ କଳାକାରଙ୍କୁ ଶୋରେ ସାମିଲ କରାଯାଇଥିଲା । ଏଥିସହ ଶୋ’ର ହୋଷ୍ଟ ସଲମନଙ୍କ ମୋଟା ଅଟଙ୍କର ଫିସକୁ ମିଶାଇ ପ୍ରାୟ ୫୦୦ କୋଟି ଖର୍ଚ୍ଚ ହୋଇଥିଲା । ବ୍ୟୟବହୁଳ ଶୋ କିଛି ମ୍ୟାଜିକ କରିବ ବୋଲି ନିର୍ମାତାମାନେ ଦୃଢ଼ ବିଶ୍ୱାସୀ ଥିଲେ । ମାତ୍ର ଶୋ’ ଅବସ୍ଥା ଏତେ ଖରାପ ଆଡ଼କୁ ଗତି କରିଛି, ଯେ ତାହା ସମସ୍ତଙ୍କୁ ହତବାକ କରିଦେଇଛି । ସମସ୍ତ ପ୍ରକାର ପ୍ରଚେଷ୍ଟା ପରେ ବି ଶୋ’ର ଟିଆରପିରେ କୌଣସି ସୁଧାର ଆସୁନାହିଁ ।

Get real time updates directly on you device, subscribe now.