ମତ ବଦଳାଇଲେ ଟ୍ରମ୍ପ, “ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କଲି ମୁଁ, କିନ୍ତୁ କିଛି ଶ୍ରେୟ ମିଳିଲାନି”
ଟ୍ରମ୍ପ କହିଲେ; ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ବନ୍ଦ କଲି ମୁଁ। ହେଲେ ମତେ କିଛି ଶ୍ରେୟ ମିଳିଲା ନାହିଁ।
ନୂଆଦିଲ୍ଲୀ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳିଲା ମତ। “କହିଲେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କଲି ମୁଁ। କିନ୍ତୁ ମିଳିଲାନି କିଛି ଶ୍ରେୟ”। ଭାରତ-ପାକିସ୍ତାନ ବିବାଦର ଶ୍ରେୟ ନେବାକୁ ପୁଣିଥରେ ଚେଷ୍ଟା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନକୁ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରୁ ଫେରାଇ ଆଣି ସେ ଏକ “ବହୁତ କୂଟନୈତିକ ସଫଳତା” ହାସଲ କରିଛନ୍ତି, କିନ୍ତୁ ଏଥିପାଇଁ ତାଙ୍କୁ କେବେବି ଉପଯୁକ୍ତ ଶ୍ରେୟ ମିଳିନାହିଁ।
ଟ୍ରମ୍ପଙ୍କ ସାକ୍ଷାତକାର: ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ ମୁଁ ଅଟକାଇଲି, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଏତେ ବଢିଯାଇଥିଲା କି, ପରମାଣୁ ଯୁଦ୍ଧ ହେବା ଆଶଙ୍କା ଦେଖାଦେଇଥିଲା।
ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା କରି ଯୁଦ୍ଧ ସମ୍ଭାବନାକୁ ରୋକିଲି। ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ଉଭୟ ଦେଶ ସହ ବ୍ୟବସାୟ ପ୍ରସ୍ତାବ ରଖିଥିଲି।
ଏହାପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଉଭୟ ଦେଶ ବୁଦ୍ଧିମତାର ସହ ମୋ କଥା ମାନି ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିନ୍ତୁ ଏଥିପାଇଁ ମତେ କୌଣସି ଶ୍ରେୟ ଦିଆଗଲା ନାହିଁ।
ଫୋନ କରିଥିଲେ ଟ୍ରମ୍ପ: ସାକ୍ଷାତକାର ସମୟରେ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ କ’ଣ ଦୁଇ ଦେଶ ପାଖକୁ ଫୋନ୍ କରିଥିଲେ? ଟ୍ରମ୍ପ ସାମ୍ୱାଦିକଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଥିଲେ ହଁ ମୁୁଁ ଦୁଇ ଦେଶ ପାଖକୁ ଫୋନ୍ କରିଥିଲି।
ସେ କହିଥିଲେ ଯେ ସଂଘର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କ୍ଷେପଣାସ୍ତ୍ର ବ୍ୟବହାର କରାଯାଉଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ‘N’ – ପରମାଣୁ ହୋଇପାରେ। “ଏହା ‘N’ ଶବ୍ଦ। ଏହା ପ୍ରକୃତରେ ଏକ ଖରାପ ଶବ୍ଦ, ନୁହେଁ କି? ପରମାଣୁ ଯୁଦ୍ଧ ବିଶ୍ୱର ସବୁଠାରୁ ଖରାପ ଜିନିଷ ହୋଇପାରେ।”
ଚାପ କମାଇବା ପାଇଁ ରଣନୀତି: ଟ୍ରମ୍ପ କହିଛନ୍ତି ଯେ ସେ ଶାନ୍ତି ସ୍ଥାପନ ପାଇଁ ବାଣିଜ୍ୟକୁ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ। “ମୁଁ ହିସାବ ସମାଧାନ ଏବଂ ଶାନ୍ତି ସ୍ଥାପନ ପାଇଁ ବାଣିଜ୍ୟ ବ୍ୟବହାର କରୁଛି।” ସେ ଦାବି କରିଥିଲେ ଯେ ଭାରତ ବିଶ୍ୱର ଏପରି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯିଏ ସର୍ବାଧିକ ଶୁଳ୍କ ଲଗାଏ।
ଯାହା ଫଳରେ ଆମେରିକା ପାଇଁ ବ୍ୟବସାୟ କରିବା କଷ୍ଟକର ହୋଇପଡ଼େ। ଟ୍ରମ୍ପ କହିଛନ୍ତି । “ଆପଣ ଜାଣିଛନ୍ତି କି ସେମାନେ ଆମେରିକା ପାଇଁ ସେମାନଙ୍କର ଶୁଳ୍କ 100 ପ୍ରତିଶତ ହ୍ରାସ କରିବାକୁ ଇଚ୍ଛୁକ?”
ଯେତେବେଳେ ତାଙ୍କୁ ପଚରାଗଲା ଯେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଶୀଘ୍ର ହେବ କି, ସେ ଉତ୍ତର ଦେଲେ, “ହଁ, ଏହା ଶୀଘ୍ର ହେବ। କିନ୍ତୁ ମୁଁ ଶୀଘ୍ର ନୁହେଁ।”