ଭାରତର ସବୁଠାରୁ ବଡ଼ ଭୂତିଆ ଗାଁ: ରାତିରେ ବାହାରକୁ ଯିବାକୁ ମଧ୍ୟ ଡରନ୍ତି ଲୋକ, ରହିଛି ଅସାଧାରଣ ଶକ୍ତି!

ଭାରତରେ ଭୂତିଆ ଗାଁଗୁଡ଼ିକର କାହାଣୀଗୁଡ଼ିକ ପ୍ରାୟତଃ ରହସ୍ୟମୟ ଏବଂ ଆକର୍ଷଣୀୟ। ଏହି ଗାଁଗୁଡ଼ିକ କେବଳ ଲୋକକଥା ଏବଂ ପରମ୍ପରା ସହିତ ଜଡିତ ନୁହେଁ, ବରଂ ପ୍ରାୟତଃ ଏଠାରେ ଅଜବ ଘଟଣାମାନ ଘଟେ ଯାହା ସେମାନଙ୍କୁ ଭୟଙ୍କର କରିଥାଏ।

ଭାରତରେ ଭୂତିଆ ଗାଁଗୁଡ଼ିକର କାହାଣୀଗୁଡ଼ିକ ପ୍ରାୟତଃ ରହସ୍ୟମୟ ଏବଂ ଆକର୍ଷଣୀୟ। ଏହି ଗାଁଗୁଡ଼ିକ କେବଳ ଲୋକକଥା ଏବଂ ପରମ୍ପରା ସହିତ ଜଡିତ ନୁହେଁ, ବରଂ ପ୍ରାୟତଃ ଏଠାରେ ଅଜବ ଘଟଣାମାନ ଘଟେ ଯାହା ସେମାନଙ୍କୁ ଭୟଙ୍କର କରିଥାଏ।

ଏମିତି ଏକ ଗାଁ ରହିଛି , ଯେଉଁଠି ଦିନବେଳା ବି ସେହି ଗାଁକୁ ଯିବାକୁ ଭୟ କରନ୍ତି ଲୋକେ । ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ ବୋଲି ଲୋକେ କହନ୍ତି । ଏପରି ମଧ୍ୟ ପର୍ଯ୍ୟଟକମାନେ ଦିନ ସମୟରେ ଏହି ଗ୍ରାମ ମଧ୍ୟକୁ ଯାଇ ସଂଧ୍ୟା ପୂର୍ବରୁ ଫେରିବାର ନିୟମ ରହିଛି । ସଂଧ୍ୟା ୬ଟା ପରେ ଏହା ଭିତରେ କେହି ରହିବେ ନାହିଁ କିମ୍ବା ଏହା ମଧ୍ୟକୁ କେହି ପ୍ରବେଶ କରିବା ଉପରେ କଡା କଟକଣା ଲଗାଯାଇଛି ।

ଅନେକ ବର୍ଷ ହେବ ଏଠାରେ ଜନବସତି ନାହିଁ। ଏହି ରହସ୍ୟମୟ ଗାଁଟି ହେଉଛି ରାଜସ୍ଥାନର କୁଳଧରା ଗାଁ । ଏହା ଜୈସଲମେରଠାରୁ ପ୍ରାୟ ୨୦ କିଲୋ ମିଟର ଦୂରରେ ରହିଛି। ଆଉ ସେଠାରେ ରାତିରେ ରହିବା ତ ସମ୍ପୂର୍ଣ୍ଣ ଭାବରେ ନିଷେଧ । ହଠାତ୍ ରାତାରାତି କୁଳଧରା ଗାଁ ଜନଶୂନ୍ୟ ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ଲୋକ ଏହାର କାରଣ ଜାଣିପାରିନାହାନ୍ତି।

ଏହି ଗାଁର କାହାଣୀ ପ୍ରାୟ ୨୦୦ ବର୍ଷ ପୁରୁଣା। ରାଜସ୍ଥାନର ଜୈସଲମେର ଜିଲାରେ ରହିଛି ଏହି ଗାଁ । ଆଜକୁ ପ୍ରାୟ ୨୦୦ ବର୍ଷ ତଳେ କୁଳଧରା ଗାଁରେ ବହୁ ସଂଖ୍ୟାରେ ପଲିୱାଲ୍ ବ୍ରାହ୍ମଣ ବାସ କରୁଥିଲେ। ୧୮୨୫ରେ ହଠାତ ଏହି ଗାଁ ଖାଲି ହୋଇଗଲା। କୁହାଯାଏ ଗାଁକୁ ଖାଲି କରିବା ବେଳେ ଲୋକମାନେ ଅଭିଶାପ ଦେଇଥିଲେ ଏହି ଗାଁରେ କେହିବି କେବେ ରହି ପାରିବେ ନାହିଁ । ଏହି ଘଟଣା ପରଠାରୁ ଏହି ଗାଁ ଜନଶୂନ୍ୟ ହୋଇ ପଡିଛି। ଏହି ଗାଁ ଭୂତିଆ ଗାଁ ବୋଲି କୁହାଯାଉଛି। ଏହି ଗାଁରେ ବହୁତ ପୁରୁଣା ଘର ରହିଛି ଯାହାକି ଏବେ ମାଟିରେ ମିଶବାକୁ ଲାଗିଲାଣି। ରାଜସ୍ଥାନ ସରକାର ୨୦୧୦ ଦଶନ୍ଧିରେ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଗଢିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରାଯ ୨୦୦ ବର୍ଷ ପୂର୍ବେ ପଲିୱାଲ୍ ବ୍ରାହ୍ମଣମାନେ ଆସି କୁଳଧରା ଗାଁ ଗଢିଥିଲେ। ସେତେବେଳେ ଏହା ଏକ ସମୃଦ୍ଧ ଗାଁ ଥିଲା। ଏହି ଗାଁରେ ଅଧିକାଂଶ ଲୋକେ ବ୍ରାହ୍ମଣ ଥିଲେ। ଆଉ ଲୋକମାନେ କୃଷି, ପଶୁପାଳନ ଏବଂ ବାଣିଜ୍ୟ ଇତ୍ୟାଦି କରି ଜୀବିକା ନିର୍ବାହ କରୁଥିଲେ। ଏହି ଗାଁ ଜୈସଲମେର ସାମ୍ରାଜ୍ୟର ସବୁଠାରୁ ସମୃଦ୍ଧିଶାଳୀ ଗ୍ରାମ ଥିଲା। ଏହି ଗ୍ରାମରୁ ସର୍ବାଧିକ ରାଜସ୍ୱ ଆସୁଥିଲା। ସୂଚନାନୁସାରେ, ଜୈସଲମେର ରାଜ୍ୟର ଦେୱାନ ସିଲମ ସିଂ କୁଳଧରାର ଜଣେ ସୁନ୍ଦରୀ ବ୍ରାହ୍ମଣ ଯୁବତୀଙ୍କୁ ଦେଖିବା ପରେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ ।

କିନ୍ତୁ ବ୍ରାହ୍ମଣ ସମୁଦାୟର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ ସଲିମ ଯୁବତୀଙ୍କୁ ବଳପୂର୍ବକ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉକ୍ତ ଯୁବତୀଙ୍କୁ ବିବାହ ନକଲେ ସେ ସେହି ଗାଁର ସମସ୍ତ ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହା ପରେ ଗ୍ରାମରେ ଏକ ସଭା ବସିଥିଲା । ସମସ୍ତ ପରିବାର ନିଜର ଜୀବନ ବଞ୍ଚାଇବା ସହିତ ସେହି ଯୁବତୀଙ୍କୁ ସଲିମ ଠାରୁ ସୁରକ୍ଷା ଦେବାପାଇଁ ଉକ୍ତ ଗ୍ରାମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଗୋଟିଏ ରାତିରେ ସମସ୍ତ ଗ୍ରାମବାସୀ ନିଜ ପରିବାର, ଘରକରଣା ସାମଗ୍ରୀକୁ ଓଟ ପିଠିରେ ଲଦି କୁଳଧରା ଛାଡି ଚାଲିଯାଇଥିଲେ ।

ଗାଁ ଛାଡିବା ବେଳେ ସେମାନେ ଅଭିଶାପ ଦେଇଥିଲେ ସେହି ଗାଁରେ ଆଉ କେହି ଜଣେ ବି ରହିପାରିବେ ନାହିଁ । ଏହାପରେ ଉକ୍ତ ଗ୍ରାମକୁ ଦଖଲ କରିବାକୁ ଅନେକ ଲୋକ ଚେଷ୍ଟା କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସଫଳ ହୋଇନାହାନ୍ତି । କାଳକ୍ରମେ ତାହା ଭୂତ ପ୍ରେତ ରହୁଥିବା ଗାଁ ଭାବରେ ଅଞ୍ଚଳରେ ପରିଚିତ ହେବାକୁ ଲାଗିଲା ।

ଏହି ଗାଁ ଏବେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଛି। ଯାହାକୁ ଦିନ ସମୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଗ୍ରାମ ମଧ୍ୟକୁ ଯିବା ପାଇଁ ଜଣ ପିଛା ୫୦ ଟଙ୍କା ଟିକେଟ ରହିଛି । ଏହାର ମଧ୍ୟସ୍ଥଳରେ ରହିଛି ଏକ ଦେବୀ ମନ୍ଦିର । ଏବେ ଗାଁରେ ପ୍ରାୟ ୪୧୦ଟି ଘରର ଭଗ୍ନାବଶେଷ ରହିଛି ।

ଏହାବ୍ୟତୀତ ଏହାକୁ ଲାଗି ଗାଁ ବାହାରେ ଏହିଭଳି ଆଉ ପ୍ରାୟ ୨୦୦ ଘରର ଧ୍ୱଂସାବଶେଷ ରହିଛି । ଗାଁରେ ଏକାଧିକ ଗଭୀର କୂପ ଖନନ କରାଯାଇଥିବାବେଳେ ଏବେ ସେଗୁଡିକ ଶୁଷ୍କ ପଡିଛି । ଗୋଟିଏ କୂପ ଭିତରକୁ ଯିବାପାଇଁ ପାହାଚ ତିଆରି କରାଯାଇଥିଲା । ତାହା ମଧ୍ୟ ଶୁଖିଯାଇଛି ।

ମେ ୨୦୧୩ରେ, ଭୂତ ଏବଂ ଆତ୍ମା ​​ଉପରେ ଅନୁସନ୍ଧାନ କରୁଥିବା ଦିଲ୍ଲୀର ପାରାନର୍ମାଲ ସୋସାଇଟିର ଏକ ଟିମ୍ କୁଳଧରା ଗ୍ରାମରେ ରାତି କଟାଇଥିଲେ। ଟିମ୍ ସ୍ବୀକାର କରିଛି ଯେ ଏଠାରେ ନିଶ୍ଚିତ ଭାବରେ କିଛି ଅସାଧାରଣ ଶକ୍ତି ରହିଛି ।