Bihar Cabinet Expansion: ବିହାର କ୍ୟାବିନେଟରେ ସଂପ୍ରସାରଣ, ବିଜେପିରୁ ୭ ମନ୍ତ୍ରୀ ନେଲେ ଶପଥ

ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଲେ ନୀତିଶ ।

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ବିବାହ ରାଜନୀତିରେ ଏକ ପ୍ରଚାର ହଲଚଲ ହୋଇଛି ।  ଏଥର ବିଜେପି ବିଧାୟକଙ୍କ ମଧ୍ୟରୁ ସାତ ଜଣ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବର ମାସରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହା ସମ୍ଭବତଃ ଏହା ପୂର୍ବରୁ ଶେଷ କ୍ୟାବିନେଟ୍ ସମ୍ପ୍ରସାରଣ । ଏହାରି ଭିତରେ ନୀତିଶ ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ଏବଂ ବିହାର ବିଜେପି ସଭାପତି ଥିବା ଦିଲୀପ ଜୟସୱାଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ବିହାକ କ୍ୟାବିନେଟର ଅଙ୍କ ଗଣିତ- ବିହାର ବିଧାନସଭା ୨୪୩ ସଦସ୍ୟ ବିଶିଷ୍ଟ ଏକ ଗୃହ ଏବଂ ୧୫% କୋଟା ଅନୁଯାୟୀ, ବିହାରରେ ମୁଖ୍ୟମନ୍ତ୍ରୀ ସମେତ ମୋଟ ୩୬ ଜଣ ମନ୍ତ୍ରୀ ରହିପାରିବେ । ବର୍ତ୍ତମାନ ନୀତିଶ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 30 ଜଣ ମନ୍ତ୍ରୀ ରହଥିଲେ ।

ତେବେ ୬ ଜଣ ମନ୍ତ୍ରୀଙ୍କ ପଦବୀ ଖାଲି ରହିଥିଲା । କିନ୍ତୁ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ଦିଲୀପ ଜୟସୱାଲ କ୍ୟାବିନେଟରୁ ଇସ୍ତଫା ଦେବା ପରେ ଖାଲି ମନ୍ତ୍ରୀ ପଦବୀ ସଂଖ୍ୟା ୭ ହୋଇଯାଇଛି । ଆଜିର କ୍ୟାବିନେଟ୍ ସମ୍ପ୍ରସାରଣରେ ଏହି 7ଟି ପଦବୀ ପୂରଣ କରାଯାଇଛି ।

ହଠାତ୍ କାହିଁକି ହେଲା ସଂପ୍ରସାରଣ- ଏହି ତରବରିଆ ନିଷ୍ପତ୍ତି ପଛରେ କାରଣ ହେଉଛି ଫେବୃଆରୀ 28 ରୁ ଆରମ୍ଭ ହେଉଥିବା ବିହାର ବିଧାନସଭାର ବଜେଟ୍ ଅଧିବେଶନ । ସାଧାରଣତଃ, ବଜେଟ ଅଧିବେଶନର ମଝିରେ କ୍ୟାବିନେଟ ସମ୍ପ୍ରସାରଣ ଭଳି ପ୍ରକ୍ରିୟା କରାଯାଏ ନାହିଁ ଏବଂ ଏହି ବଜେଟ ଅଧିବେଶନ ଲମ୍ବା ହେବାକୁ ଯାଉଛି ।

ତେଣୁ ଗତକାଲି ପାଟନାର ଷ୍ଟେଟ୍ ଗେଷ୍ଟ ହାଉସରେ ନୀତିଶ କୁମାର ଏବଂ ଜେପି ନଡ୍ଡା ଏହି ପ୍ରସଙ୍ଗରେ ଏକ ବୈଠକ କରିଥିଲେ । ସେମାନେ ନିଷ୍ପତ୍ତି ନେଇଥିଲେ ଯେ ବଜେଟ ଅଧିବେଶନ ପୂର୍ବରୁ ଏହି ସମ୍ପ୍ରସାରଣ ସମାପ୍ତ ହେବା ଉଚିତ । ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ସକାଳେ ପ୍ରଥମେ ନୀତିଶ କୁମାରଙ୍କୁ ଭେଟିଥିଲେ ଏବଂ ନାମ ଚୂଡ଼ାନ୍ତ ହୋଇଥିଲା।

7ମନ୍ତ୍ରୀଙ୍କ ନାମ କଣ- କୃଷ୍ଣ କୁମାର ମଣ୍ଟୁ, ବିଜୟ ମଣ୍ଡଳ, ରାଜୁ ସିଂ, ସଂଜୟ ସରାବଗୀ, ଜୀବେଶ ମିଶ୍ର, ସୁନିଲ ମିଶ୍ର ଏବଂ ମୋତି ଲାଲ ପ୍ରସାଦ । ତେବେ ଗାମୀ ଦିନରେ ନୀତିଶ ଏନଡିଏ ସହ ମିଶି ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଛି ।