ବଢିଲା ଅଙ୍ଗନବାଡ଼ି କର୍ମୀ-ସହାୟିକାଙ୍କ ଦରମା, ସରକାରଙ୍କ ଦେଲେ ବଡ଼ ଉପାହାର

ଅଙ୍ଗନବାଡ଼ି ସେବିକା-ସହାୟିକାଙ୍କ ଦରମା ବଢିଲା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଅଙ୍ଗନବାଡ଼ି ସେବିକା-ସହାୟିକାଙ୍କ ପାଇଁ ଖୁସି ଖବର। ଏମାନଙ୍କର ବର୍ତ୍ତମାନ ଦରମା ବୃଦ୍ଧି ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଙ୍ଗନବାଡ଼ି ସେବିକା-ସହାୟିକାଙ୍କର ଦରମା ବୃଦ୍ଧି କରିଛନ୍ତି।

ଏନେଇ ନୀତିଶ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଜାରି କରିଛନ୍ତି। ଏହି ପୋଷ୍ଟ ଅନୁସାରେ, ଅଙ୍ଗନବାଡ଼ି କର୍ମୀଙ୍କର ଦରମା ୭ ହଜାରରୁ ବଢାଯାଇ ୯ ହଜାର କରାଯାଇଛି। ଏଥିସହ ସହାୟିକାଙ୍କର ଦରମା ୪,୦୦୦କୁ ବଢାଯାଇ ୪,୫୦୦ ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ବାବଦରେ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛି।

୧.୧୪ ଲକ୍ଷ ଅଙ୍ଗନବାଡ଼ି ସେବିକା-ସହାୟିକାଙ୍କୁ ମିଳିବ ଫାଇଦା: ସେ କହିଛନ୍ତି ଯେ, ପିଲାମାନେ ଏବଂ ଗର୍ଭବତୀ ମହିଳାମାନଙ୍କ ପୋଷଣ ଏବଂ ଜୀବନ ସ୍ତରରେ ପରିବର୍ତ୍ତନ ଆଣିବାରେ ଅଙ୍ଗନବାଡ଼ି ସେବିକାମାନଙ୍କ ଏବଂ ସହାୟିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି ଯେ, ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇ ଦରମାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ, ସରକାର ଏହି ପଦକ୍ଷେପରେ ରାଜ୍ୟର ୧.୧୪ ଲକ୍ଷ ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କୁ ମିଳିବ।