fbpx
BJD
BJD SKY
BJD SKY

ଉଦୟନାଥଙ୍କ ପରେ ବିହାରର ଶିକ୍ଷାମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଆଜାଦଙ୍କ ବିବାଦୀୟ ବୟାନ, ଧାର୍ମିକ ପୁସ୍ତକକୁ କଲେ ବିଷ ସହ ତୁଳନା

BJD

ଓଡିଶା ଭାସ୍କର; କିଛି ଦିନ ତଳେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନାଥ ଷ୍ଟାଲିନ ହିନ୍ଦୁ ଧର୍ମକୁ ନେଇ ଆପତିଜନକ ଟିପ୍ପଣୀ ଦେବାକୁ ନେଇ ବିବାଦ ଥମିନଥିବା ବେଳେ ପୁଣି ଆଜି ଆଉ ଏକ ବିବାଦ ଦେଖାଦେଇଛି। ବିହାର ହିନ୍ଦୀ ଗ୍ରନ୍ଥ ଏକାଡେମୀର କାର୍ଯ୍ୟମକୁ ସମ୍ବୋଧିତ କରିବାବେଳେ ଆରଜେଡି ବିଧାୟକ ତଥା ଶିକ୍ଷାମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଆଜାଦ ଆଜି ଏକ ବିବାଦୀୟ ବୟାନ ରଖିଛନ୍ତି। ଯାହାକୁ ନେଇ ବିବାଦ ବଢିବା ସହ ବର୍ତ୍ତମାନ ରାଜନୀତି ବି ସରଗମ ହୋଇଛି।

ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଆଜାଦ ନିଜର ଅଭିଭାଷଣ ମାଧ୍ୟମରେ ଧାର୍ମିକ ପୁସ୍ତକକୁ ବିଷ ସହ ତୁଳନା କରିଛନ୍ତି। ହିନ୍ଦୁ ଧର୍ମର ଧାର୍ମିକ ପୁସ୍ତକ ରାମଚରିତମାନଙ୍କୁ ପୋଟାସିୟମ୍ ସିଆନାଇଡ୍ ସହିତ ସେ ତୁଳନା କରିଥିବା ଦେଖିବାକୁ ମିଳିଛି । ଏଠାରେ କହି ରଖୁଛୁ ଯେ, ପୋଟାସିୟମ ସିଆନିଆଇଡ ହେଉଛି ଏପରି ଏକ ବିଷ ଯାହାକୁ ଜିଭରେ ଲଗାଇବା ମାତ୍ରେ ମଣିଷର ମୃତ୍ୟୁ ହୋଇଯାଏ ।

ଅଭିଭାଷଣରେ ଚନ୍ଦ୍ରଶେଖର ଆଜାଦ କହିଥିଲେ ଯେ, ଯଦି ଆପଣ ଖାଦ୍ୟରେ ୫୫ ପ୍ରକାରର ଖାଦ୍ୟ ପରିବେଷଣ କରନ୍ତି ଏବଂ ଏଥିରେ ପୋଟାସିୟମ ସିଆନାଇଡ୍ ମିଶାନ୍ତି, ତେବେ କ’ଣ ହେବ? ହିନ୍ଦୁ ଧାର୍ମିକ ଗ୍ରନ୍ଥଗୁଡ଼ିକର ଅବସ୍ଥା ମଧ୍ୟ ସମାନ । ତେଣୁ ସେ ଏହାକୁ ବିରୋଧ କରିବେ । ଏହାସହିତ, ରାମଚରିତମାନସର ଅରଣ୍ୟକାଣ୍ଡର ଏକ ପଂକ୍ତି ବିଷୟରେ ଉଲ୍ଲେଖ କରିବାବେଳେ, ସେ ପ୍ରଶ୍ନ କରିଛନ୍ତି ଯେ ଏଥିରେ ଜାତି ବିଷୟରେ କିଛି ଭୁଲ କୁହାଯାଇଛି କି? ବିହାରର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାମଚରିତମାନସଙ୍କ ପ୍ରତି ତାଙ୍କର ଆପତି ସାରା ଜୀବନ ରହିବ। ସେ କହିଛନ୍ତି ଯେ ସଂଗଠନର ମୁଖ୍ୟ ମୋହନ ଭଗବତ ମଧ୍ୟ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଇଣ୍ଡିଆ ମେଣ୍ଟର ମୂଳ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି ବୋଲି କହି ଟାର୍ଗେଟ କରିଥିଲେ।

ସୂଚନା ଥାଉକି, ଗତ କିଛି ଦିନ ତଳେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନାଥ ଷ୍ଟାଲିନ ହିନ୍ଦୁ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ। ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ଓ ରାଜନୀତି ମଧ୍ୟ ଖୁବ ଉଷ୍ମତା ପାଇଥିଲା।

Get real time updates directly on you device, subscribe now.