fbpx

ଇଞ୍ଜିନିୟରଙ୍କ କି ଚମତ୍କାରିତା! ପାଣିରେ ଭାସୁଛି ଘର, ବନ୍ୟା ଆସିଲେ ବି ଘର ପାଣିରେ ବୁଡ଼ିବନି, ଖାଲି ଭାସିବ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିପାରି ନଥାନ୍ତି । ସାଧାରଣ ଭାବେ ଆମେ ରହୁଥିବା ଘର ଭୂମି ଉପରେ ତିଆରି ହୋଇଥାଏ ଓ ଅନେକ ସମୟରେ ବନ୍ୟା, ବାତ୍ୟା ସମୟରେ ତାହା ନଷ୍ଟ ହେବା ସହ ପାଣିରେ ଭାସି ଯାଇଥାଏ । ତେବେ କୌଣସି ଘର ପାଣିରେ ଭାସୁଥିବା କଥା ଆପଣମାନେ ଶୁଣିଛନ୍ତି କି? ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

ପ୍ରକୃତ କଥା ହେଉଛି, ବିହାରରେ ଆରା ସ୍ଥିତ ଜଣେ ଇଞ୍ଜିନିୟର ପାଣିରେ ଭାସୁଥିବା ଏକ ଅଜବ ପ୍ରକାରର ଘର ନିର୍ମାଣ କରିଛନ୍ତି । ଉକ୍ତ ଘରକୁ ଏବେ ଗଙ୍ଗା ନଦୀର ରାସ୍ତା ଦେଇ ବକ୍ସରରୁ ପାଟନା ପର୍ଯ୍ୟନ୍ତ ନିଆଯାଉଛି । ଅକ୍ଟୋବର ୧୫ ତାରିଖ ସୁଦ୍ଧା ତାହା ପାଟନାରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି । ଇଞ୍ଜିନିୟର ଜଣଙ୍କ ୧ ହଜାର ବର୍ଗ ଫୁଟ ଅଞ୍ଚଳରେ ଉକ୍ତ ଘର ନିର୍ମାଣ କରିଥିବା ବେଳେ ସେହି ଘରେ କିଚେନ, ବାଥରୁମ ଓ ବେଡରୁମ୍ ମଧ୍ୟ ରହିଥିଲା । ଏଥିସହିତ ସେହି ଘରେ ମଳକୁ ପାଣି ଓ ଗ୍ୟାସରେ ରୂପାନ୍ତରିତ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଏହି ଘର ଯେପରି ପାଣିରେ ଭାସିବ ସେଥିପାିଁ ୧୦୮ ୱେଷ୍ଟ ଘରୋଇ ଡ୍ରମର ବ୍ୟବହାର କରାଯାଇଛି । ପ୍ରଶାନ୍ତ କୁମାର ନାମକ ଜଣେ ଇଞ୍ଜିନିୟର ଏହି ଘରକୁ ନିର୍ମାଣ କରିଛନ୍ତି । ସ୍ୱଳ୍ପ ଖର୍ଚ୍ଚରେ ଦେଶୀ ଟେକ୍ନୋଲୋଜିର ଉପଯୋଗ କରାଯାଇ ଏହି ଘରକୁ ନିର୍ମାଣ କରାଯାଇଛି । ଏହି ଘର ଥଣ୍ଡାଦିନେ ଗରମ ଓ ଗ୍ରୀଷ୍ମ ଦିନେ ଶୀତ ପ୍ରଦାନ କରିବ । ଘରକୁ ଏପରି ମ୍ୟାଟେରିଆଲରେ ନିର୍ମାଣ କରାଯାଇଛି, ଯେପରିକି ସେଥିରେ ପାଣିର କୌଣସି ପ୍ରଭାବ ରହିବନି । ସେହି ମ୍ୟାଟେରିଆଲ ବହୁତ ହାଲୁକା ହୋଇଥିବାରୁ ଘରଟି ସହଜରେ ପାଣିରେ ଭାସୁଛି । ଇଞ୍ଜିନିୟର ଜଣଙଙ୍କ ମାଟିର ଏକ ପ୍ଲାଷ୍ଟର ପ୍ରସ୍ତୁତ କରିଥିବା ବେଳେ ତାହା ପାଣି ଦ୍ୱାରା ପ୍ରଭାବିତ ହେଉନାହିଁ । ସ୍ୱତନ୍ତ୍ର ଟେକନିକର ପ୍ରୟୋଗ କରାଯାଇଥିବାରୁ ଘରଟି ବାତ୍ୟା ସମୟରେ ମଧ୍ୟ ସୁରକ୍ଷିତ ରହିପାରିବ ।

Get real time updates directly on you device, subscribe now.