fbpx

ଶିକ୍ଷା ବିଭାଗର କଡା ନିଷ୍ପତ୍ତି: ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଥିବା ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ବନ୍ଦ

Advertisement

ପାଟନା: ଯେଉଁମାନେ ଏଣିକି ବାରମ୍ବାର ଅଫିସରେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ । ବିହାରର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଯେଉଁମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ ଦରମା ନ ଦେବାକୁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ ବିହାରର ଶିକ୍ଷା ବିଭାଗ ମୁଜାଫରପୁରର ବି. ଆର୍ ଆମ୍ବେଦକର ବିହାର ୟୁନିଭରସିଟିର ୬୩୦ ଶିକ୍ଷକ ଓ କର୍ମଚାରୀ, ମାଧେପୁରାର ବି.ଏନ୍ ମଣ୍ଡଳ ବିଶ୍ୱବିଦ୍ୟାଳୟର ୧୯୦ ଶିକ୍ଷକ ଓ କର୍ମଚାରୀ, ଭୋଜପୁର ବୀର କୁବେର ସିଂହ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଅନୁପସ୍ଥଇତ ଥିବାରୁ ସେମାନଙ୍କ ଦରମା ଅଟକାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ କିଛି ଦିନ ତଳେ ବିହାରର ଶିକ୍ଷା ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କେ.କେ ପାଠକଙ୍କୁ ନିଯୁକ୍ତି ଦିଆଯାଇଛି ଯିଏ ସ୍ୱଭାବରେ ବହୁତ କଡା । ପାଠକ ନିଜ ବିଭାଗରେ ଯୋଗ ଦେବା ମାତ୍ରେ ସର୍ବପ୍ରଥମେ ବିହାରର ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନୁପସ୍ଥିତ ରହୁଥିବା ଶିକ୍ଷକ ଓ କର୍ମଚାରୀଙ୍କ ଲିଷ୍ଟ ମଗାଇଥବଲେ । ସୋମବାର ଏପରି ଶିକ୍ଷକ ଓ କର୍ମଚାରୀଙ୍କ ରିପୋର୍ଟ ପାଇଯିବା ପରେ ସେ ସମସ୍ତଙ୍କ ଦରମା ଅଟକାଇ ଦେବାକୁ ନର୍ଦ୍ଦେଶ ଜାରି କରିଛନ୍ତି । ତେବେ ବିହାର ଶିକ୍ଷା ବିଭାଗ ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ସେହି ସମୟରେ ଅଟକାଇ ଦେଇଛନ୍ତି ଯେଉଁ ସମୟରେ ରାଜଭବନ ପକ୍ଷରୁ ବିହାରରେ ସ୍ନାତକ ଶିକ୍ଷା ଅବଧି ୩ରୁ ୪ ବର୍ଷ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.