fbpx

ଶବସତ୍କାର କରି ଫେରିବା ବାଟରେ କାର୍-ଟ୍ରକ୍ ମୁହାମୁହିଁ, ୬ ମୃତ

ନୂଆଦିଲ୍ଲୀ: ଶବ ସତ୍କାର କରି ଫେରିବା ପରେ ନିଜେ ଶବ ହୋଇଗଲେ । ବିହାରର ଜମୁଇରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏଥିସହିତ ଚାରି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ସିକନ୍ଦରା-ଶେଖପୁର ମୁଖ୍ୟ ରାସ୍ତାରେ ଏହି ବଡ଼ ଧରଣର ଅଘଟଣ ଘଟିଛି । ମୃତାହତ ମାନେ ଶବ ସତ୍କାର ସାରି ପାଟନାରୁ ଜମୁଇକୁ ଫେରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଯାଇଥିଲା । ଗୋଟିଏ ଟ୍ରକ୍ ତାଙ୍କ ଗାଡ଼ି ସହ ଖୁବ୍ ଜୋରରେ ଧକ୍କା ହୋଇଥିଲା । ଟ୍ରକ୍ ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଗଲା । ଗମ୍ଭୀର ଭାବରେ ଆହତ ହୋଇଥିବା ୪ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରରାଯାଇଛି । ତେବେ ମୃତାହତ ମାନଙ୍କ ପରିବାରକୁ ପୋଲିସ୍ ସୂଚନା ଦେଇଛି ।

Get real time updates directly on you device, subscribe now.