ବୃଦ୍ଧଙ୍କ ମୁଣ୍ଡ କାଟିଲେ, ଅଣ୍ଟାରୁ ପାଦ ଯାଏଁ ଖଣ୍ଡ ଖଣ୍ଡ କରି ହୋଲିକା ଦହନରେ ଜାଳିଦେଲେ

ଦର୍ଦନାକ ହତ୍ୟାକାଣ୍ଡ। ଗୁଣିଗାରେଡି ପାଇଁ ୬୫ ବର୍ଷୀୟ ବୃଦ୍ଧାଙ୍କ ମୁଣ୍ଡ କାଟିଦେଲେ। ପରେ ଅଣ୍ଟା ପାଖରୁ ପାଦ ଯାଏଁ କାଟି ଖଣ୍ଡ ଖଣ୍ଡ କରି ହୋଲିକା ଦହନରେ ଜାଳିଦେଲେ।

ବିହାର: ବର୍ବର ହତ୍ୟାକାଣ୍ଡ। ଗୁଣି ପାଇଁ ୬୫ ବର୍ଷୀୟ ବୃଦ୍ଧାଙ୍କୁ ବଳୀ ଚଢ଼ାଇ ଦେଲେ। ପ୍ରଥମେ ହତ୍ୟା କଲେ। ତାପରେ ମୁଣ୍ଡରୁ ଗଣ୍ଡିକୁ ହାଣି ଅଲଗା କରିଦେଲେ। ଆଉ ଶେଷରେ ଯେପରି ପୋଲିସ କୌଣସି ସୁରାକ ନପାଇବ ସେନେଇ ମଧ୍ୟ ଯୋଜନା କଲେ।

ଆଉ ହୋଲିକା ଦହନର ଫାଇଦା ଉଠାଇଲେ। ପ୍ରଥମେ ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଶରୀରକୁ ଟିକଟିକ କରି କାଟିଦେଲେ। ଆଉ ହୋଲିକା ଦହନ ନିଆଁରେ ପକାଇ ଜାଳିଦେଲେ। ଏତିକିରେ ସରୁନି ବର୍ବରତା, ଆଉ ଶରୀରର ଯେତିକି ବାକି ଅଂଶ ରହିଲା ତାକୁ ନେଇ ନିଛାଟିଆ କ୍ଷେତ ଭିତରେ କୁକୁର ବିଲୁଆ ଖାଇବା ପାଇଁ ଛାଡିଦେଲେ।

ଦର୍ଦନାକ ହତ୍ୟାକାଣ୍ଡ: ତେବେ ଘଟଣାଟି ହେଉଛି ବିହାରର ଔରଙ୍ଗାବାଦ ଜିଲ୍ଲାର। ଯେଉଁଠାରେ ଯୁଗଳ ଯାଦବ (୬୫) ନାମକ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଆଉ ହତ୍ୟାକାଣ୍ଡର ମୂଳ କାରଣ ରହିଛି ଗୁଣିଗାରେଡି।

ସୂଚନାନୂସାରେ, ମଦନପୁର ଥାନାରେ ମାର୍ଚ୍ଚ ୩ ତାରିଖରେ ଗୁଲାବ୍‌ ବିଘା ଗ୍ରାମର ଯୁଗଳ ଯାଦବ ନିଖୋଜ ଥିବା ନେଇ ଏକ  ଅଭିଯୋଗ ହୋଇଥିଲା। ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଉ ହୋଲିକା ଦହନରୁ ମଣିଷ ଅସ୍ଥି ମିଳିବା ପରେ ସନ୍ଦେହ ବଢିଥିଲା। ତାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

ଗୁଣିଗାରେଡିରୁ ହତ୍ୟା: ତେବେ ପୋଲିସର କହିବା କଥା ଗୁଣିଗାରେଡି ପାଇଁ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ତଦନ୍ତ ସମୟରେ ଅଧିକାରୀମାନେ ପଡ଼ୋଶୀ ବଙ୍ଗେର ଗ୍ରାମର ହୋଲିକା ଦହନ ପାଉଁଶରୁ ମଣିଷ ଅସ୍ଥି ପାଇଥିଲେ। ଅଧିକାରୀମାନେ ଏହି ସ୍ଥାନକୁ ଭଲଭାବେ ଯାଞ୍ଚ କରିବାପରେ ଜଳି ଯାଇଥିବା ମଣିଷର ଅସ୍ଥି ଏବଂ   ସ୍ଲିପର୍‌  ପାଇଥିଲେ।

ତୁରନ୍ତ ଏକ ଡଗ୍‌ ସ୍କ୍ବାଡ୍‌ ମୁତୟନ କରାଗଲା ଏବଂ  ତଦନ୍ତ ଆଧାରରେ ପୁଲିସ ଟିମ୍ ତାନ୍ତ୍ରିକ ରାମାଶିଷ ରିକ୍ୟାସନର ଘରେ ପହଞ୍ଚିଥିଲେ। ରାମାଶିଷ ଏହି ସମୟରେ ଘରେ ନଥିବାବେଳେ ତା’ର ଜଣେ ସମ୍ପର୍କୀୟ ଘରେ ଥିଲା ଏବଂ ତାକୁ ଜେରା ପାଇଁ ହାଜତକୁ ନିଆଯାଇଥିଲା।

ଜେରା ସମୟରେ ଧର୍ମେନ୍ଦ୍ର ସ୍ୱୀକାର କରିଥିଲା ଯେ ସେ ଏବଂ ଅନ୍ୟମାନେ କଳାଯାଦୁ ପାଇଁ ଯୁଗଳଙ୍କୁ ଅପହରଣ କରି ତାଙ୍କର ମୁଣ୍ଡକାଟ କରିଥିଲେ ଏବଂ ଶରୀରର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ କାଟି ହୋଲିକା ଦହନରେ ଜାଳି ଦେଇଥିଲେ।

ଧର୍ମେନ୍ଦ୍ରର ବିବୃତିକୁ ଆଧାର କରି ପୁଲିସ ମୃତ ଯୁଗଳଙ୍କ ଶରୀରର ଆଉ କିଛି ଅଂଶ ଏକ ଜମିରୁ ପାଇଥିଲା।  ଏହି ମାମଲାରେ ମୋଟ ୪ ଜଣ ଗିରଫ ହୋଇଛନ୍ତି।