5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ
ଦିନ ଦ୍ବିପହରେ ହେଉଛି ଅପରାଧ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ପୋଲିସ
ବିହାର: ଗୋଟିଏ ପରିବାରର 5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ ଦୁର୍ବୁତ୍ତ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ପୋଲିସ।
ବିହାରରେ ହତ୍ୟା ଏବଂ ଲୁଟ ଘଟଣା ସାଧାରଣ ହୋଇଗଲାଣି। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ରାସ୍ତାରେ ରକ୍ତ ବୁହାଉଛନ୍ତି।
ଦିନ ଦ୍ୱିପହରେ ଗୁଳି କରି ଲୋକଙ୍କୁ ହତ୍ୟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଗୁଳି ଚାଳନା ହେଉଛି। ମନ୍ତ୍ରୀଙ୍କ ଘରର ଫାଟକରେ ଗୁଳି ଫୁଟିବାର ଶବ୍ଦ ଶୁଣାଯାଉଛି କିନ୍ତୁ ବିହାର ପୋଲିସ କୁମ୍ଭକର୍ଣ୍ଣ ପରି ଶୋଇ ରହିଛି। ଯେତେବେଳେ ଭିଭିଆଇପି ଅଞ୍ଚଳର ଏହି ଅବସ୍ଥା, ତେବେ ସାଧାରଣ ଲୋକମାନେ ବା ଆଉ କ’ଣ କରିପାରିବେ?
ଗତ ତିନି ଦିନ ମଧ୍ୟରେ ପ୍ରଥମେ ପାଟନାରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ ଖେମକାଙ୍କ ହତ୍ୟା, ତା’ପରେ ଜଣେ ସ୍କୁଲ ପରିଚାଳକଙ୍କ ହତ୍ୟା ଏବଂ ପୂର୍ଣ୍ଣିଆରେ 5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳି ଦେବା ଘଟଣା ସ୍ପଷ୍ଟ କରିଛି ଯେ ହତ୍ୟାକାରୀମାନେ କାହାକୁ ଭୟ କରୁନାହାଁନ୍ତି।
ପୂର୍ଣ୍ଣିଆରେ ଜୀବନ୍ତ ଦଗ୍ଧ ହୋଇଥିବା 5 ଜଣଙ୍କ ମୃତଦେହ ପୋଲିସର ଅବହେଳାର ପ୍ରମାଣ ଦେଉଛି। ଗତ ରବିବାର ପୂର୍ଣ୍ଣିଆର ଟେଟଗାମା ଗାଁରେ ଘଟିଥିବା ହତ୍ୟାକାଣ୍ଡ ସମସ୍ତଙ୍କୁ ଦୋହଲାଇ ଦେଇଛି। ପ୍ରାୟ 300 ଲୋକଙ୍କ ମଧ୍ୟରୁ 5 ଜଣଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା। କିନ୍ତୁ ପୋଲିସ କୌଣସି ସୁରାକ ପାଇଲା ନାହିଁ।
ସେମାନେ ଶାନ୍ତିରେ ଶୋଇ ରହିଥିଲେ। ପରଦିନ ସକାଳେ ପୋଲିସର କାନରେ ଖବର ପହଞ୍ଚିଲା ଏବଂ ତା’ପରେ ଦଳ ମୃତଦେହ ଖୋଜିବା ଆରମ୍ଭ କଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଗାଁରେ ଘଟିଥିବା ଏହି ଘଟଣାରେ, ପୋଲିସ ମୃତଦେହ ଖୋଜିବା ପାଇଁ 12 ଘଣ୍ଟାରୁ ଅଧିକ ସମୟ ନେଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ମାସରେ ବିହାରରେ 116 ଟି ହତ୍ୟା ହୋଇଛି। ବଢ଼ୁଥିବା ଅପରାଧକୁ ନେଇ ସାଧାରଣ ଲୋକେ ଚିନ୍ତିତ ଥିବାବେଳେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଏହି ଅପରାଧ ସବୁ କେବେ ଶେଷ ହେବ।