fbpx

ବିହାରର ଅଶୁଭ ବଙ୍ଗଳା! ଏଠାରେ ପାଦ ଦେବା ମାତ୍ରେ ନେତା-ମନ୍ତ୍ରୀଙ୍କ ଖରାପ ଦିନ ଆରମ୍ଭ ହୁଏ

Advertisement

ପାଟନା: ରାଜନୀତିରେ ଅନ୍ଧବିଶ୍ୱାସର ପ୍ରଚଳନ କୌଣସି ନୂଆ କଥା ନୁହେଁ । ବିହାରରେ ବିଆଇପି ପାର୍ଟିର ୩ ବିଧାୟକ ଭାରତୀୟ ଜନତା ପାର୍ଟି ବା ବିଜେପିରେ ସାମିଲ ହେବା ପରେ ଏବେ ଭିଆଇପିର ପ୍ରତିଷ୍ଠାତା ମୁକେଶ ସହନି ମନ୍ତ୍ରୀ ହୋଇ ରହିବା ଉପରେ ମଧ୍ୟ ସନ୍ଦେହ କରାଯାଉଛି । ଏପରି ପରିସ୍ଥିିତିରେ ଏହାକୁ ମଧ୍ୟ ଅନ୍ଧବିଶ୍ୱାସ ସହ ଯୋଡା ଯାଉଛି ।

ତେବେ ବିହାର ମନ୍ତ୍ରୀ ମୁକେଶ ସହନି ଏବେ ଯେଉଁ ଷ୍ଟ୍ରାଣ୍ଡ ରୋଡ ସ୍ଥିତ ୬ ନମ୍ବର ସରକାରୀ ବଙ୍ଗଳାରେ ରହୁଛନ୍ତି, ସେଥିରେ ରହୁଥିବା ମନ୍ତ୍ରୀମାନେ ନିଜର କାର୍ଯ୍ୟକଳାପ ଶେଷ କରିପାରୁ ନାହାନ୍ତି । ଅତି କମରେ ଶେଷ ୩ ଜଣ ମନ୍ତ୍ରୀଙ୍କ ବିଷୟରେ ଏହା ଶତ ପ୍ରତିଶତ ସଠିକ୍ ନଜର ଆସିଛି । କ’ଣ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ନିଜର କାର୍ଯ୍ୟକାଳ ପୂରଣ କରିପାରିବେ ସହନି, ସେନେଇ ଏବେ ନେଇ ପ୍ରଶ୍ନ ଉଠୁଛୁ ।

କୁହାଯାଉଛି ଯେ, ଏହି ବଙ୍ଗଳା ୨୦୧୦ରେ ଜେଡିୟୁ ନେତା ତଥା ଖଣି ବିଭାଗର ମନ୍ତ୍ରୀ ଅବଧେଶ କୁଶୱାହାଙ୍କୁ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଲାଞ୍ଚ ନେବା ଅପରାଧରେ ସେ ଧରାପଡିଥିଲେ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା, ଯେଉଁ କାରଣରୁ ତାଙ୍କୁ ଏହି ବଙ୍ଗଳା ଛାଡ଼ିବାକୁ ପଡିଥିଲା ।

 

ସେହିପରି ୨୦୧୫ରେ ସହଯୋଗୀ ମନ୍ତ୍ରୀ ହୋଇଥିବା ଆଲୋନ ମେହେଟ୍ଟାଙ୍କ ଅଧିନରେ ଏହି ସରକାରୀ ବଙ୍ଗଳା ଆସିଥିଲା । କିନ୍ତୁ ଦେଢ଼ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ଦେଇଥିଲେ ଓ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ । ନୀତୀଶଙ୍କ ଏଭଳି ପଦକ୍ଷେପ ଯୋଗୁଁ ଆଲୋକଙ୍କୁ ମନ୍ତ୍ରୀ ପଦ ସହିତ ଏହି ବଙ୍ଗଳା ବି ଛାଡ଼ିବାକୁ ପଡିଥିଲା ।

ଏହା ପରେ ମନ୍ତ୍ରୀ ହୋଇଥିବା ମଞ୍ଜୁ ଭର୍ମାଙ୍କୁ ଏହି ବଙ୍ଗଳା ଦିଆଯାଇଥିଲା, କିନ୍ତୁ ସେ ମଧ୍ୟ ତାଙ୍କ କାର୍ଯ୍ୟକାଳ ଶେଷ କରିପାରିନଥିଲେ ଓ ବିଙ୍ଗଳା ଛାଡ଼ିଥିଲେ । ଏହା ପରେ ବିଧାନସଭା ନିର୍ବାଚନ ୨୦୨୦ ପରେ ମନ୍ତ୍ରୀ ହୋଇଥିବା ମୁକେଶ ସହନିଙ୍କୁ ଏହି ବଙ୍ଗଳା ଦିଆଯାଇଥିଲା । ଏବେ ସହନି ଏହି ବାସଭବନରେ ରହୁଛନ୍ତି, କିନ୍ତୁ ତାଙ୍କର ତିନିଜଣ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏବେ ସହନି ନିଜର କାର୍ଯ୍ୟକାଳ ଶେଷ କରୁଛନ୍ତି ନା ଅନ୍ୟ ମନ୍ତ୍ରୀଙ୍କ ପରି ଏହି ସରକାରୀ ବଙ୍ଗଳା ତାଙ୍କ ପାଇଁ ଅଶୁଭ ହେବ, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.