fbpx

ପାର୍କିଂ ବିବାଦକୁ ନେଇ ହିଂସାତ୍ମକ ସଂଘର୍ଷ, ଘରେ ନିଆଁ ଲଗାଇ ଦେଲେ ଦୁର୍ବୁତ, ଦୁଇ ମୃତ

ପାଟନା: ବିହାରର ରାଜଧାନୀ ପାଟନା ଉପକଣ୍ଠରେ ଥିବା ଏକ ଗ୍ରାମରେ ଘଟିଛି ଭିଡ ହିଂସା। ଦୁର୍ବୁତମାନେ କିଛି ଘରେ ନିଆଁ ଲଗାଇ ଦେଇଥିଲେ, ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଥିବା ପୋଲିସ କହିଛି। ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ସୁଦ୍ଧା ଗାଁ ମୁଖିଆଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପାଟନା ଜିଲ୍ଲାର ଜେଥୁଲି ଗାଁର ଘଟିଛି, ଯେଉଁଠାରେ ପାର୍କିଂ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ହିଂସା ପରେ ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପାଟନା ସିଟି ଏସପି ଇମ୍ରାନ ମାସୁଦ କହିଛନ୍ତି ଯେ ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଗାଁ ମୁଖିଆଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ କେତେକ ଲୋକଙ୍କ ନାମ ମଧ୍ୟ ଅଛି, ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।

ପାଟନା ସିଟି ଏସପି ମାସୁଦ କହିଛନ୍ତି, ଅଭିଯୁକ୍ତଙ୍କ ଘରେ ନିଆଁ ଲାଗିଯାଇଥିଲା, କିନ୍ତୁ ଏବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଛି। ଅନ୍ୟପଟେ SI ଲୋକମାନଙ୍କ ଆଗରେ ଗୁଳି ଚଲାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ପାଟଣାର ବରିଷ୍ଠ ପୋଲିସ ଅଧୀକ୍ଷକ ମନବଜିତ ସିଂ ଧିଲନ୍ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଚାଲିଛି।

Get real time updates directly on you device, subscribe now.