fbpx

ବିଜେଡି ସଭାପତିଙ୍କ କଠୋର କାର୍ଯ୍ୟାନୁଷ୍ଠାନ: ରାଜ୍ୟ ସାଧାରଣ ସମ୍ପାଦକ ଦଳରୁ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବିଧାନସଭା ନିର୍ବାଚନରେ ପୁନଃ କ୍ଷମତାସୀନ ହେବା ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଭଳି ସ୍ଥିତିରେ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆ ନେତାଙ୍କୁ ନିଯୁକ୍ତି ଦିଆଯାଉଛି । ତେବେ ସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ଶାସକୁ ପ୍ରାଧାନ୍ୟ ଦେଇଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ କାରଣରୁ କିଛି ନିକଟରେ କିଛି ନେତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ପୁଣି ଜଣେ ଦଳୀୟ ନେତାଙ୍କ ବିରୋଧରେ କଡ଼ା ଆକ୍ସନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ କାରଣରୁ ଦୁଇ ଜଣ ନେତାଙ୍କ ବିରୋଧରେ ବିଜେଡି ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ବିଜେଡିର ଦୁଇ ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଦସ୍ୟ ଜଲେନ ନାଏକ ଓ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡଙ୍କ ବିରୋଧରେ ଏହି ଆକ୍ସନ ଗ୍ରହଣ କରାଯାଇଥିବା ନେଇ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଥିଲେ ।

Get real time updates directly on you device, subscribe now.