fbpx

ଲୋକାର୍ପିତ ହେଲା ବିଜୁ ଏକ୍ସପ୍ରେସ୍‍-ୱେ: ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ’

ବରଗଡ଼: ଆଜି ପଶ୍ଚିମ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍‍-ୱେର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି। ପ୍ରଥମେ ସେ ବରଗଡ଼ ଜିଲ୍ଲା ଗସ୍ତ କରି ସୋହେଲା, ଘେଁସ୍‍ ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ବିଜୁ ଏକ୍ସପ୍ରେସ୍‍-ୱେକୁ ଲୋକର୍ପିତ କରିବା ସହ ଏହି ନବନିର୍ମିତ ରାଜପଥରେ ରୋଡ୍‍-ସୋ’ରେ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ। ଆଜି ଲୋକାର୍ପିତ ହେଉଥିବା ବିଜୁ ଏକ୍ସପ୍ରେସ୍‍ ୱେ କେବଳ ଏକ ରାସ୍ତା ନୁହେଁ, ଏହା ପଶ୍ଚିମ ଓଡ଼ିଶା ବାସୀଙ୍କ ଜୀବନରେଖା। ୧୯୯୩ ମସିହାରେ ବିଜୁବାବୁ ପ୍ରଥମେ ଆରମ୍ଭ କରିଥିବା ଏହି ରାସ୍ତା ବିଜୁ ଅର୍ଥନୈତିକ କରିଡର ଭାବେ ଏ ଅଂଚଳର ନୂଆ ଇତିହାସ ଲେଖିବ। ପଶ୍ଚିମ ଓଡ଼ିଶାର ଚାଷୀଭାଇ ଓ ସାଧାରଣ ଜନତା ଏହି ରାସ୍ତା ଦ୍ୱାରା ବହୁ ସୁବିଧା ପାଇବେ। ଏ ଅଂଚଳର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବା ସହିତ ଆର୍ଥିକ ଗତିବିଧି ବଢ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଦେଇଛନ୍ତ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସକାଳ ୯ଟାରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରୁ ବାହାରି ପ୍ରଥମେ ବରଗଡ଼ରେ ପହଞ୍ଚିଥିଲେ। ହଲଦୀପାଲିଠାରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ୨୧୭କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରା ୨୩୪ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବା ସହିତ ମହିଳା ଏସ୍‍ଏଚ୍‍ଜି ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Get real time updates directly on you device, subscribe now.