fbpx

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ କରାଯାଇଛି । ଏହି ପିଲାମାନଙ୍କର ନାମ ରାସନକାର୍ଡରେ ନଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳିପାରୁନଥିଲା । ଯାହାକୁ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି କି ଯଦି ଖାଦ୍ୟ ସୁରକ୍ଷା ଯୋଜନାରେ ଅଭିବାକଙ୍କ ନାମ ରହିଛି, ତେବେ ତାଙ୍କ ଛୋଟ ପିଲାଙ୍କୁ ବିଏସ୍‌କେୱାଇ ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍‌ଏଫ୍‌ଏସ୍‌ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନଙ୍କୁ ବିଏସ୍‌କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ ।

Get real time updates directly on you device, subscribe now.