fbpx

ଓଡିଶା ଫେରୁଛି ବିଜୁବାବୁଙ୍କ ଡାକୋଟା; କୋଲକାତାରୁ ଅଣାଯାଉଛି ଭୁବନେଶ୍ୱର

ଭୁବନେଶ୍ୱର: ବିଜୁ ବାବୁ ନାଁ ହି ସମସ୍ତଙ୍କ ପାଇଁ ଯଥେଷ୍ଟ । କାରଣ ତାଙ୍କର ସାହସ , ନିର୍ଭିକତା, ଏବଂ ପରୋଉପକାରିତା ଆଜିବି ପ୍ରତ୍ୟେକ ଓଡିଆ ତଥା ଦେଶବାସୀଙ୍କ ମନରେ ସତେଜ ହୋଇ ରହିଛି । ତେବେ ବିଜୁବାବୁଙ୍କ ପରି ତାଙ୍କ ଡାକୋଟା ମଧ୍ୟ ଆଜି ସମସ୍ତଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଛି । କାଣର ସେ ଏହି ଡାକୋଟା ସାହାର୍ଯ୍ୟରେ ଅନେକ ଯୁଦ୍ଧ ଲଢିଥିବା ବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ତେବେ ବହୁ ବର୍ଷପରେ ବିଜୁବାଟୁ ଚଳାଉଥିବା ବିମାନ ଏବେ ଓଡିଶା ଫେରିବ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏହି ବିମାନ ବର୍ତ୍ତମାନ ଭୁବନେଶ୍ୱର ଆସୁଛି । ତେବେ ଏହା କୋଲକାତାରୁ ଏହା ଓଡିଶା ଆସୁଥିବା ଜଣାପଡିଛି । ତିନୋଟି ଟ୍ରଲରରେ ଲଦା ହୋଇ ଓଡିଶା ଆସୁଛି ବିଜୁବାବୁ ଚଲାଇଥିବା ବିମାନ । ତେବେ ଦୁଇଟି ଟ୍ରଲର କୋଲକାତା ଏୟାରପୋର୍ଟ ଛାଡିଥିବା ବେଳେ ୩ ନମ୍ବର ଟ୍ରଲର ରାତିରେ କୋଲକାତା ଏୟାରପୋର୍ଟରୁ ବାହାରିବ ବୋଲି ସୂଚନା ମିଳିଛି । ଏହି ଡାକୋଟା ବିଜୁବାବୁଙ୍କ ସାହାସର ମୁକ ସାଖୀ ହୋଇଥିବା ବେଳେ ଏହା ଆଜି ଅଚଳ ହୋଇ ପଡି ରହିଛି ।

ଦିନ ଥିଲା ଡାକୋଟା ଗର୍ଜନ କରି ଆକାଶରେ ଉଡୁଥିଲା । ହେଲେ ଆଜି ସିଏ ପଡିରହିଛି । ଯଦି ବିଜୁ ବାବୁ ଜୀବିତ ରହିଥାନ୍ତେ, ତେବେ ଡାକୋଟା ଆଜି ବି ଆକାଶରେ ଉଡିଥାନ୍ତା । ଆଉ ରଚିଥାନ୍ତା ଅନେକ ଇତିହାସ । ଦ୍ୱାତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଯୁଦ୍ଧ ସରିଗଲା ସେତେବେଳେ ଅନେକ ଡାକୋଟା ଅକାମୀ ହୋଇଗଲା । ଏଭଳି କିଛି ବିମାନକୁ ନେଇ ବିଜୁ ବାବୁ ଆରମ୍ଭ କରିଥିଲେ କଳିଙ୍ଗ ଏୟାରଲାଇନ୍ସ । ବିଜୁ ବାବୁଙ୍କ ମାଲିକାନାରେ ୪ଟି ବିମାନ ଥିବାବେଳେ ୩ଟି ବିମାନ ସପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କିନ୍ତୁ ଗୋଟିଏ ବିମାନ ଏବେ ବି ଇଣ୍ଡୋନେସିଆରେ ପଡିରହିଛି । ଆଉ ଯେଉଁ ଡାକୋଟା ଓଡିଶା ଫେରୁଛି ତାକୁ ଲିଜ୍ ରେ ଆଣି ଉଡାଉଥିଲେ ବିଜୁ ବାବୁ ।

ଏଭଳି ଏକ ଡାକୋଟା ବିମାନ ଧରି ଅତ୍ୟନ୍ତ ଦୁଃସାହସିକ ଅଭିଯାନକୁ ବାସ୍ତବ ରୂପ ଦେଇଥିଲେ ବିଜୁ ପଟ୍ଟନାୟକ । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଇଣ୍ଡୋନେସିଆର ତକ୍ରାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍ ସେନା କବଳରୁ ମୁକ୍ତ କରିଥିଲେ । ଏମିତି ଅନେକ ସଫଳ କାହାଣୀ ବହନ କରୁଥିବା ଡାକୋଟା ବିମାନ ଆଜି କୋଲକାତାରୁ ବାହାରି ଭୁବନେଶ୍ୱର ଅଭିମୁଖଏ ଯାତ୍ରା କରୁଛି । ଯାହାକୁ ୩ଟି ଟ୍ରଲର ମାଧ୍ୟମରେ ଓଡିଶା ଅଣାଯାଉଛି । ତେବେ ଏହା ଓଡିଶା ଆସିବା ପରେ ଓଡିଶାବାସୀ ଦେଖିବେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ।

Get real time updates directly on you device, subscribe now.