fbpx
BSKY SKY
BSKY SKY

ବାଇକ୍‌ ଚୋରୀ ର‌୍ୟାକେଟ୍‌ର କିଙ୍ଗପିନକୁ ଧରିଲା ପୋଲିସ: ୫ ଗିରଫ, ୭ ବାଇକ୍ ଜବତ

BSKY

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ସହରରେ ବାଇକ ଚୋରିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ବାଇକ ଚୋରି ଘଟଣା ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ା ପୋଲିସ ଏହାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା । କିଛି ଦିନ ପୂର୍ବେ ପୋଲିସ ସହରର କାଞ୍ଚନ ବଜାର ଠାରୁ ବାଇକ ଚୋରି ର‌୍ୟାକେଟର କାଞ୍ଚନ ବଜାର ଅଞ୍ଚଳର ବାବୁଲି ସେଠୀଙ୍କ ପୁଅ ଚନ୍ଦନ ସେଠୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ପରେ ଚନ୍ଦନକୁ ପୋଲିସ ପଚରା ଉଚରା କରିବାରେ ସେ ବାଇକ ଲୁଟ କରିବା ସହ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଏହାକୁ ଚାଲାଣ କରୁଥିଲା ବୋଲି ପୋଲିସକୁ ସୂଚନା ଦେଇଥିଲା ।

ସୂଚନାକୁ ଆଧାରକରି ପୋଲିସ ଚନ୍ଦନ ସେଠୀ ସହିତ ବିଭିନ୍ନ ସ୍ଥାନରେ ଚଢାଉ କରି ପରଜଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥତତାନରେ ଚଢାଉ କରିଥିଲେ । ଚଢାଉ ସମୟରେ ପରଜଙ୍ଗ ଅଞ୍ଚଳରୁ ୭ଟି ବାଇକ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କୁ ଏହି ଚୋରା କାରବାରରେ ସଂଶ୍ଳିଷ୍ଟ ଥିବା ନେଇ ଗିରଫ କରିଥିଲେ । ଗିରଫ ହୋଇଥିବା ବାଇକ ଲୁଟେରା ହେଲା କୁଲେଇ ଗ୍ରାମର ଲିୁ ଜେନା(୩୮),ବସୁଲେଇର କପିଳା ପରିଡା (୩୦), ତେଲକୋଇ ଗ୍ରାମର ଦୁଷ୍ମନ୍ତ ସ୍ୱାଇଁ (୪୭),କୁଲେଇର ଅମରେନ୍ଦ୍ର ଖଟୁଆ ଓ ଗୁରୁବାରୀ ସାହୁଙ୍କ ସମେତ କୁଲେଇ ପରଜଙ୍ଗ ଗେଙ୍ଗୁଟିଆର ବିଟୁ ପାତ୍ରକୁ ପୋଲିସ ଗିରଫ କରିଛି । ଉଦ୍ଧାର ବାଇକ ଗୁଡିକ ଢେଙ୍କାନାଳ ସହରରୁ ଚୋରି ଯାଇଥିବାର ଜଣାପଡିଛି ।

Get real time updates directly on you device, subscribe now.