fbpx

ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଦୁଃଖ ଖବର: ଆସନ୍ତା ଏପ୍ରିଲ ମାସରୁ ବଢ଼ିବ Bike Insurance Premium

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏକ ନିରାଶାଜନକ ଖବର । ଆସନ୍ତା ଏପ୍ରିଲ ମାସରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି ବୀମା । କୋଭିଡ କାରଣରୁ ଗତ ଦୁଇବର୍ଷ ହେଲା ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ ସଂଶୋଧନ ହୋଇ ନଥିବାରୁ ଏବେ ଏହା ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଜଣାପଡ଼ିଛି ଯେ, ୧୦୦୦ କ୍ୟୁବିକ କାପାସିଟି (ସିସି) ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ ୨୦୯୪ ଟଙ୍କାକୁ ବୃଦ୍ଧି କରାଯିବ । ଗତ ୨୦୧୯-୨୦ରୁ ଏହା ୨୦୭୨ ଟଙ୍କା ରହିଥିଲା । ୧୦୦୦ ସିସିରୁ ୧୫୦୦ ସିସି ପର୍ଯ୍ୟନ୍ତ ଘରୋଇ କାର ପାଇଁ ୩୪୧୬ ଟଙ୍କା, ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଗାଡ଼ି ପାଇଁ ୭୮୯୦ ଟଙ୍କା ବୃଦ୍ଧି ନେଇ ପ୍ରସ୍ତାବ ରହିଛି । ୧୫୦ ସିସିରୁ ଅଧିକ ୩୫୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଦୁଇଚକିଆ ଗାଡ଼ି ପାଇଁ ୧୩୬୬ ଟଙ୍କା, ୩୫୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଗାଡ଼ି ପାଇଁ ୨୮୦୪ ଟଙ୍କା ପ୍ରିମିୟମ ପ୍ରସ୍ତାବ ରହିଛି । ଘରୋଇ ବିଦ୍ୟୁତ କାର, ଦୁଇ ଚକିଆ ବିଦ୍ୟୁତ ଗାଡ଼ି, ବିଦ୍ୟୁତ ଚାଳିତ ବାଣିଜ୍ୟିକ ଯାନ ଓ ଯାତ୍ରୀବାହୀ ଯାନର ପ୍ରିମିୟମରେ ୧୫ ପ୍ରତିଶତ ଡିସକାଉଣ୍ଟ ଦିଆଯିବ । ଏଥିସହ ହାଇବ୍ରିଡ ମୋଟର ଯାନର ତୃତୀୟ ପକ୍ଷ ବୀମାରେ ମଧ୍ୟ ୭.୫ ପ୍ରତିଶତ ରିହାତି ଦେବାକୁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.