fbpx

ଅଧାରେ ରହିଲା ଘର ବାହୁଡା, ସଡକ ଦୁର୍ଘଟଣାରେ ଚାଲିଗଲା 6 ଜୀବନ

Bikes Collide With Car In Rajasthan's Anupgarh 6 dead

ନୂଆଦିଲ୍ଲୀ: ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକକୁ ଧକ୍କା ଦେଲା କାର୍ । ଭୟଙ୍କର ଦୁର୍ଘଟଣାରେ ଚାଲିଗଲା 6 ଜୀବନ । ରାଜସ୍ଥାନ ଅନୁପଗଡ ଜିଲ୍ଲାର ଶ୍ରୀବିଜୟନଗର ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଦୁଇଟି ବାଇକ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି । ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ ପରିସ୍ଥିରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ତେବେ ଶ୍ରୀବିଜୟନଗର ପୋଲିସର ସୂଚନା ଅନୁସାରେ, ମୃତକମାନେ ଜାଗରଣ ଶୁଣିବା ପାଇଁ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ତେବେ ଏହା ଶେଷ ହେବା ପରେ ନିଜ ଗ୍ରାମ ବଖତାବରପୁର ଫେରୁଥିବା ବେଳେ ରାତି ପ୍ରାୟ 2ଟା ବେଳେ ଦୁର୍ଘଟଣା ହୋଇଥିଲା । କାର୍ ହିଁ ଦୁଇ ବାଇକକୁ ଧକ୍କା ଦେଇଥିବା କୁହାଯାଉଛି । ତେବେ କାର୍ ଧକ୍କା ଦେବା ପରେ ଛିଡିକି ପଡିଥିଲେ ବାଇକରେ ଥିବା ଯାତ୍ରୀ । ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ 3ଜଣଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.