fbpx
BSKY SKY
BSKY SKY

ବିଲ୍ ଗେଟ୍ସଙ୍କ ଆଉ ଏକ ସାଂଘାତିକ ଗୁମର: ସହକର୍ମୀଙ୍କ ସହ ସେକ୍ସୁଆଲ ରିଲେସନ୍ ଯୋଗୁଁ ଯାଇଥିଲା ନିର୍ଦ୍ଦେଶକ ପଦ

BSKY

ନ୍ୟୁୟର୍କ, ୧୭ା୫: ବିବାଦ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କ ପିଛା ଛାଡ଼ୁନି । ବିଲଙ୍କୁ ନେଇ ପୁଣି ଏକ ନୂଆ ଖୁଲାସା ହୋଇଛି । ନିଜର ପତ୍ନୀ ମେଲିଣ୍ଡାଙ୍କ ସହ ୨୭ ବର୍ଷ ପରେ ଛାଡ଼ପତ୍ର ହେବା ପରେ ବିଲଙ୍କ କଳାକାରନାମାର ଗୋଟିକ ପରେ ଗୋଟିଏ ପେଡ଼ି ଖୋଲିବାରେ ଲାଗିଛି । ୨୭ ବର୍ଷ ପରେ ବିଲଙ୍କ ପାଖରୁ ମେଲିଣ୍ଡା ଦୂରେଇ ଯିବା ଖବର ଯେତିକି ଗୁରୁତ୍ୱ ନଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା ବିଲ ଆଉ ଦେହ ବ୍ୟବସାୟୀ ଜେଫ୍ରେ ଏପଷ୍ଟିନଙ୍କ ସହିତ ସମ୍ପର୍କକୁ ନେଇ । ଏହାଛଡ଼ା ବିଲ ଅଧିକାଂଶ ସମୟରେ ଉଲଗ୍ନ ପାର୍ଟିରେ ଅଂଶଗ୍ରହଣ କରୁଥିବା ଖବର ତାଙ୍କର ବ୍ୟକ୍ତିତ୍ୱକୁ ନିମ୍ନସ୍ତରକୁ ନେଇଯାଇଥିଲା । ବର୍ତ୍ତମାନ ବିଲଙ୍କୁ ନେଇ ପୁଣି ଏକ ସାଂଘାତିକ ଖବର ସାମନାକୁ ଆସିଛି । ବିଲ ୨୦ ବର୍ଷ ଧରି ମାଇକ୍ରୋସଫ୍ଟ ଅଫିସର ଜଣେ ମହିଳା ସହକର୍ମୀଙ୍କ ସହିତ ସେକ୍ସୁଆଲ ରିଲେସନରେ ଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

୨୦୧୯ ମସିହାରେ ମାଇକ୍ରୋସଫ୍ଟ ବୋର୍ଡ ତରଫରୁ ଏନେଇ ତଦନ୍ତ କରାଯାଇଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଜଣେ ମହିଳାଙ୍କ ସହ ବିଲଙ୍କର ୨୦ ବର୍ଷ ଧରି ସେକ୍ସୁଆଲ ରିଲେସନ ରହିଥିଲା ବୋଲି ବିଲଙ୍କର ଜଣେ ମୁଖପାତ୍ର ମଧ୍ୟ ମତ ଦେଇଛନ୍ତି । ୨୦୧୯ ମସିହାର ମଧ୍ୟଭାଗରେ ବିଲ ଜଣେ ମହିଳା କର୍ମଚାରୀଙ୍କ ସହ ଅନ୍ତରଙ୍ଗ ରିଲେସନ ରକ୍ଷା କରିବାକୁ ଚେଷ୍ଟା କରିଥିବା ନେଇ ବୋର୍ଡ ନିକଟରେ ଅଭିଯୋଗ ହୋଇଥିଲା । ବିଲଙ୍କ ବିରୋଧରେ ଯୌନ ଅଭିଯୋଗ ଆସିବା ପରେ ମାଇକ୍ରୋସଫ୍ଟ ବୋର୍ଡ କମିଟି ଏନେଇ ସମୀକ୍ଷା କରିବା ପରେ ତଦନ୍ତ ଭାର ଏକ ଆଇନ ସଂସ୍ଥାକୁ ଦାୟିତ୍ୱ ଦେଇଥିଲା । ତେବେ ତଦନ୍ତ ପରେ ବିଲଙ୍କୁ ବୋର୍ଡ ନିର୍ଦ୍ଦେଶକ ପଦରୁ ହଟାଯିବା ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ୨୦୨୦ ମସିହା ମାର୍ଚ୍ଚ ମାସରେ ବିଲ ବୋର୍ଡ ନିର୍ଦ୍ଦେଶକ ପଦରୁ ଅବ୍ୟାହତି ନେଇଥିଲେ । ମାତ୍ର ସମାଜ ସେବା ସହିତ ଜନ ମଙ୍ଗଳ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବାରୁ ସେ ଉକ୍ତ ପଦରୁ ଇସ୍ତଫା ଦେଇଥିଲେ ବୋଲି ବିଲ୍ ଘୋଷଣା କରିଥିଲେ, ଯାହାକି ସମ୍ପୂର୍ଣ୍ଣ ମିଛ ଥିଲା ବୋଲି ଏବେ ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.