fbpx

ଅତ୍ୟାଚାରର ଚରମ ସୀମାରେ ଚୀନ୍: ଉଇଗର ମୁସଲିମଙ୍କ ଅଙ୍ଗ ବିକି କମାଉଛି କୋଟି କୋଟି ଟଙ୍କା

ବିଜିଙ୍ଗ: ଉଇଗର ମୁସଲିମଙ୍କ ପ୍ରତି ଅସହ୍ୟ ଅତ୍ୟାଚାର କରିବାରେ ଲାଗିଛି ଚୀନ୍ । ଏକ ରିପୋର୍ଟରେ କୁହାଯାଇଛି ଯେ, ଶିନଜିୟାଙ୍ଗରେ ମଣିଷ ଅଙ୍ଗ ବିକ୍ରି କରି କୋଟି କୋଟି ଟଙ୍କା କମାଉଛି ଚୀନ୍ । ରିପୋର୍ଟରେ ଦାବି ହୋଇଛି ଯେ, ଚୀନରେ ୧୫ ଲକ୍ଷ ଉଇଗରଙ୍କୁ ଜେଲରେ ବନ୍ଦୀଭାବେ ରଖାଯାଇଛି ଓ ସେମାନଙ୍କ ଅଙ୍ଗ କଢ଼ାଯାଉଛି । ଏହା ସହ ସେମାନଙ୍କୁ ନଜରବନ୍ଦୀରେ ରଖାଯାଉଛି । କରାଯାଉଛି ।

ରିପୋର୍ଟ ମୁତାବକ, ଜିଅନ୍ତା ଲୋକଙ୍କର ଅଙ୍ଗ କାଢ଼ି କୋଟି କୋଟି ଟଙ୍କା ଅର୍ଜନ କରୁଛି ଚୀନ୍ । ଦାବି ହୋଇଛି ଯେ, ମଣିଷଙ୍କ ଅଙ୍ଗକୁ ନେଇ ବିକ୍ରି କରି ଅତି କମରେ ୧ ଆରବ ଡଲାର କମାଇଛି ଚୀନ୍ । କୌଣସି ମଣିଷର ସୁସ୍ଥ ଅଙ୍କକୁ ପାଖାପାଖି ୧.୬୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି ।

ହେରାଲ୍ଡ ସନର ଏକ ରିପୋର୍ଟ ଅନୁସାରେ, ୨୦୧୭ ରୁ ୨୦୧୯ ମଧ୍ୟରେ ପ୍ରାୟ ୮୦,୦୦୦ ଉଇଗର ମୁସଲିମଙ୍କୁ ଚୋରାଚାଲାଣ କରାଯାଇ ବିଭିନ୍ନ ସ୍ଥାନରେ ଥିବା କାରଖାନାକୁ ନିଆଯାଇଥିଲା । ସେମାନଙ୍କୁ ନିଜ ଘରଠାରୁ ଦୂରରେ ରଖିବା ସହିତ ସେମାନଙ୍କ ଉପରେ ନଜରବନ୍ଦୀ ରଖାଯାଉଛି । ସେମାନଙ୍କୁ ପୃଥକ ଭାବରେ ରଖିବା ସହ କୌଣସି ଧାର୍ମିକ ସ୍ଥାନରେ ଭାଗ ନେବାକୁ ନିଆଯାଏ ନାହିଁ ।

Get real time updates directly on you device, subscribe now.