fbpx

ହାତ ନଥାଇ ଖେଳୁଛନ୍ତି କ୍ରିକେଟ: ପ୍ରସିଦ୍ଧ ଦିବ୍ୟାଙ୍କ କ୍ରିକେଟର ଆମିରଙ୍କୁ ନେଇ ପ୍ରସ୍ତୁତ ହେଉଛି ବାୟୋପିକ

ନୂଆଦିଲ୍ଲୀ: କାଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସୈନ ଲୋନଙ୍କୁ କିଏ ନଜାଣେ? ତେବେ ଦୁଇ ହାତ ନଥିବା ସତ୍ତେ୍ୱ ନିଜର ଯାଦୁ ସମସ୍ତଙ୍କୁ ଦେଖାଇଥିବା ହୂସୈନଙ୍କ ଜୀବନ ଉପରେ ବାୟୋପିକ ହେବାକୁ ଯାଉଛି । ତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମହେଶ ଭଟ୍ଟ । କେବଳ କାନ୍ଧ ସହାୟତାରେ ବ୍ୟାଟିଂ କରି ଆମିର ବେଶ ସଫଳ ହୋଇ ପାରିଛନ୍ତି । ଅନନ୍ତନାଗର ବାସିନ୍ଦା ଆମିରଙ୍କ ଜୀବନୀ ବେଶ ପ୍ରେରଣାଦାୟକ ।

୩୪ ବର୍ଷୀୟ ଆମିର ଡବଲ-ଆର୍ମ-ଏମ୍ପ୍ୟୁଟି କ୍ରିକେଟର ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି । ତେବେ କିଛି ଦିନ ତଳେ ହିଁ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଧ ସାହାରାରେ ବ୍ୟାଟିଂ କରୁଥିଲେ ।

‘ଆମିର’ ନାମରେ ପ୍ରସ୍ତୁତ ହେଉଥିବା ଏହି ବାୟୋପିକର ପ୍ରଯୋଜନା ବିଗ ବ୍ୟାଟ ଫିଲ୍ମ ଦ୍ୱାରା ଦିଆଯାଇଛି । ଏହାର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେବେ ବୋଲି ଜଣାପଡ଼ିଛି । ତେବେ ଏହି ଚଳଚ୍ଚିତ୍ରକୁ ନେଇ ଘୋଷଣା ହୋଇସାରିଛି ।

ଏହାର ଏକ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଟ୍ରେଡ଼ ଷ୍ଟାଇଲିସ କରନ ଆଦର୍ଶ ଏହାକୁ ଶେୟାର କରିଛନ୍ତି । ତେବେଏହି ଚରିତ୍ର ପାଇଁ ପ୍ରଥମେ ବିକି କୌଶଲ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସଙ୍ଗୀତ ରିଆଲିଟି ଶୋରେ ସେ ଏନେଇ ଇଚ୍ଛା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.