fbpx

ନିଶା କାରଣରୁ ବଡ଼ ଅଘଟଣ: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯାନବାହାନର ଚଳପ୍ରଚଳ ବଢ଼ିବାରେ ଲାଗିଥିବା ବେଳେ ରାସ୍ତାଘାଟରେ ଅଧିକ ମାତ୍ରାରେ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ଏହାଫଳରେ ଅକାଳରେ ଅନେକଙ୍କ ଜୀବନ ହାନୀ ହେବା ସହିତ ଅନେକ ଆହତ ହୋଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ବିଶେଷ କରି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରିବା କାରଣରୁ ଅନେକଙ୍କର ଜୀବନ ଚାଲିଯାଉଛି ।

ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି, ସମସ୍ତ ମୃତକ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳେରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରର ସୂରତଗଡ଼ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଯାତ୍ରୀମାନେ ଏକ ଜିପରେ ରାମଦେବରା ଯାଉଥିଲେ ।

ଟ୍ରକ ଚାଳକ ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବାରୁ ଏପରି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି । ସୂତରଗଡ଼ରେ ଓଭରଟେକ କରୁଥିବା ସମୟରେ ଟ୍ରକଟି ବିପରୀତ ଦିଗରୁ ଆସୁଥିବା ଏକ କ୍ରୁଜର ଜିପକୁ ଧକ୍କା ଦେଇଥିଲା । ଉକ୍ତ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜିପର ଆଗପଟ ଭାଗ ଟ୍ରକ ତଳେ ଚାପି ହୋଇ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ଶିଶୁ ରହିଥିବା କୁହାଯାଉଛି । ଜୀପରେ ଥିବା ସମସ୍ତ ଯାତ୍ରୀ କିଶନପୁରା ଉତରାଧ୍ୟା ଗ୍ରାମର ହୋଇଥିବା ବେଳେ ସେମାନେ ରାଦେବରାଙ୍କ ଦର୍ଶନ ପାଇଁ ଯାଉଥିଲେ ।

Get real time updates directly on you device, subscribe now.