fbpx

ବାର୍ଡ ଫ୍ଲୁ ବ୍ୟାପିବା ମାମଲା, କୁକୁଡା କାରଣ ନହୋଇପାରେ ବୋଲି କେନ୍ଦ୍ରୀୟ ଟିମର ଆଶଙ୍କା

bird flu case central team gave report to chief administrative secretary

ଭୁବନେଶ୍ବର: ଗତ କିଛି ଦିନ ହେବେ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆ ଭୟ ଦେଖାଯାଇଛି । ଅନେକ ଲୋକ କୁକୁଡା ଠାରୁ ଦୂରେଇ ରହୁଛନ୍ତି । ଏନେଇ କେନ୍ଦ୍ରୀୟ ଟିମ ଓଡିଶା ଆସି ଅନୁସନ୍ଧାନ କରିଥିଲେ । ସଂକ୍ରମିତ ଅଞ୍ଚଳ ବୁଲି ଦେଖିବା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ବାର୍ଡ ଫ୍ଲୁ ବ୍ୟାପିବାର କାରଣ କୁକୁଡା ହୋଇନଥାଇ ପାରେ ବୋଲି ଅନୁମାନ କରାଯାଉଥିବା କଥା କୁହାଯାଇଛି । କୁକୁଡା ବଦଳରେ କୌଣସି ବନ୍ୟପ୍ରାଣୀ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପ୍ରାଣୀ ଅଧିକାରୀଙ୍କ ସହିତ ବୈଠକରେ ଆଲଚନା ପରେ କେନ୍ଦ୍ରୀୟ ଟିମ୍ ରିପୋର୍ଟ ପ୍ରଦାନ କରିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପୁରୀ ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି ।  3ଜଣଙ୍କୁ ଆଇସୋଲେଟରେ ରଖାଯାଇଥିଲେ ସୁଦ୍ଧା ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି । ଟେଷ୍ଟିଂ ବଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.