କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ସନ୍ଦେହ, କୁକୁଡା ସହିତ ମରିଯାଉଛନ୍ତି କାଉ
କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ । ଅନେକ ସ୍ଥାନରେ ମରି ପଡିଛନ୍ତି କାଉ ।
ଭୁବନେଶ୍ବର: କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ସନ୍ଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ ଦେଖାଯାଇଛି । ଏହାସହିତ କେତେକ ସ୍ଥାନରେ କାଉ ମଧ୍ୟ ମରି ପଡିଥିବା ଦେଖାଯାଇଛି ।
ଗତ 5 ଦିନ ହେବ ଏହି କୁକୁଡା ମଡକ ଦେଖାଯାଇଥିବା ବେଳେ ଚିନ୍ତାରେ ରହିଛନ୍ତି ଚାଷୀ । କିନ୍ତୁ ବାର୍ଡ ଫ୍ଲୁ ନେଇ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନାହାନ୍ତି । ଚାଷୀମାନେ ପ୍ରଶାସନକୁ କୁକୁଡା ନମୁନା ପରୀକ୍ଷା କରିବା ପାଇଁ ନିବେଦନ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏନେଇ ଭୟଭୀତ ହୋଇ ରହିଛନ୍ତି ।
ସ୍ଥାନୀୟ କୁକୁଡା ଚାଷୀଙ୍କ କହିବା ଅନୁସାରେ, ଗତ 5 ଦିନ ହେବ ଏହି ସମସ୍ୟା ଦେଖାଯାଇଥିଲେ ହେଁ ଆଜି ଅଧିକ କୁକୁଡା ମରିଯାଇଥିବା ଦେଖାଯାଇଥିଲା । କୁକୁଡାମାନେ ଦାନା ଖାଉଥିବା ବେଳେ ହିଁ ହଠାତ୍ ଚଳି ପଡୁଛନ୍ତି ।
ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ଚାଷୀମାନେ ଏନେଇ ପ୍ରାଣୀ ବିଭାଗକୁ କହିଥିବା କଥା କହିଛନ୍ତି । ତେବେ ନମୂନା ପରୀକ୍ଷଣ ପରେ ହିଁ ସମ୍ପୁର୍ଣ୍ଣ ସତ୍ୟ ସାମ୍ନାକୁ ଆସିପାରିବ ।
ବର୍ତ୍ତମାନ HMPV ଭାଇରସକୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ବାରଡ ଫ୍ଲୁ ସନ୍ଦେହ ଲୋକଙ୍କୁ ଭୟଭୀତ କରିଛିି ।