fbpx

ଏହି ରହସ୍ୟମୟ ସ୍ଥାନରେ ପକ୍ଷୀମାନେ କରିଥାନ୍ତି ଆତ୍ମହତ୍ୟା, ଜାଣନ୍ତୁ କେଉଁଠି ଓ କାହିଁକି

ମଣିଷ ଜନ୍ମ ହୋଇଛି ତ ମୃତ୍ୟୁ ଅବଶ୍ୟମ୍ଭାବୀ । ତେବେ ମଣିଷର ମୃତ୍ୟୁ ଅନେକ ସମୟରେ ରହସ୍ୟ ଘେରରେ ରହିଥାଏ । ଆପଣମାନେ କଣ କେବେ ଭାବିଛନ୍ତି କି ମୃତ୍ୟୁକୁ ନେଇ ଏହି ରହସ୍ୟ କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ, ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏପରି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପକ୍ଷୀମାନେ ମିଳିତ ଭାବେ ମୃତ୍ୟୁର ପଥକୁ ବାଛି ନେଇଥାନ୍ତି ବୋଲି କୁହାଯାଉଛି ।

ଆସାମର ଉତ୍ତର-ପୂର୍ବ ଦିଗରେ ରହିଛି ଜତିଙ୍ଗା ଉପତ୍ୟକା । ଏହି ସ୍ଥାନଟି ପକ୍ଷୀମାନଙ୍କର ଆତ୍ମହତ୍ୟାର ସ୍ଥଳ ରୂପେ ବେଶ ପରିଚିତ । ବର୍ଷର ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ ମେଘୁଆ, କୁହୁଡ଼ିରେ ପକ୍ଷୀମାନେ ଆତ୍ମହତ୍ୟା କରିଥାନ୍ତି । ଅମାବାସ୍ୟାର ସନ୍ଧ୍ୟା ୬ଟାରୁ ୯ ଟା ୩୦ ମିନିଟ ସମୟରେ କିଛି ଭୂତ ବା ଅଦୃଶ୍ୟ ଶକ୍ତିର ଆଗମନ ଏହି ସ୍ଥାନକୁ ହୋଇଥାଏ ବୋଲି ଶୁଣାଯାଏ । ତେବେ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ଅନେକ ଅନୁସନ୍ଧାନ ଜାରି ରହିଛି । କ୍ଷିପ୍ର ପବନକୁ ସାମନା କରି ନପାରି ପକ୍ଷୀମାନେ ନିୟନ୍ତ୍ରଣ ହରାଇ ଗଛ ସହ ଧକ୍କା ହୋଇ ମୃତ୍ୟୁବରଣ କରୁଥିବା ଅନେକ କହୁଥିବା ମଧ୍ୟ ଶୁଣାଯାଏ ।

ପକ୍ଷୀମାନେ କିପରି ନିଜକୁ ନିଜେ ହତ୍ୟା କରିବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ବୋଲି ଗ୍ରହଣ କରାଯାଉଛି । ପ୍ରତିବର୍ଷ ଏଠାରେ ପକ୍ଷୀମାନଙ୍କର ମୃତ୍ୟୁର ପୁନରାବୃତ୍ତି ଘଟୁଥିଲେ ମଧ୍ୟ ଏହି ସ୍ଥାନକୁ ପକ୍ଷୀଙ୍କର ଆଗମନରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ମୌସୁମୀର ଆଗମନରେ ପକ୍ଷୀଙ୍କର ଆତ୍ମହତ୍ୟା ଅଧିକ ହୋଇଥାଏ । ରାସ୍ତାରେ ହଜାର ହଜାର ସଂଖ୍ୟାରେ ପକ୍ଷୀମୃତ ଦେହ ଦେଖିବାକୁ ମିଳିଥାଏ । ଏହି ଉପତ୍ୟକାର ପାଦଦେଶରେ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି । ସେମାନେ ପ୍ରଥମେ ପକ୍ଷୀଙ୍କର ଏହି ରହସ୍ୟମୟ ମୃତ୍ୟୁ ବିଷୟ ଲୋକଲୋଚନକୁ ଆଣିଥିଲେ ।

Get real time updates directly on you device, subscribe now.