ଏଥର ହେବନି ବିରଜାଶ୍ରୀ ମେଳା: ବିରୋଧ ପରେ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଯାଜପୁର: ଯାଜପୁରର ପ୍ରସିଦ୍ଧ ବିରଜାଶ୍ରୀ ମେଳା ଉପରେ ଲାଗିଛି ରୋକ । ଲଗାତାର ବିରୋଧ ହେବା ପରେ ବିରଜାଶ୍ରୀ ମେଳା ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିରଜାଶ୍ରୀ ମେଳା ଅନୁଷ୍ଠିତ କରିବାକୁ ନେଇ ଯାଜପୁର ପୌରପାଳିକା ଲଗାତାର ବିରୋଧ ପ୍ରଦର୍ଶନ କରିଥିଲା । ଏହି ବିରୋଧ ପରେ ମେଳା ବନ୍ଦ କରିବା ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କାଳୀ ପୂଜା ଅବସରରେ ଯାଜପୁର ଜିଲ୍ଲାର ଲୋକପ୍ରିୟ କୁସୁମା ପାର୍କ ନିକଟରେ ଏହି ମେଳାର ଆୟୋଜନ କରାଯାଉଥିଲା । କିନ୍ତୁ ବିରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ମେଳାକୁ ବନ୍ଦ କରିଛି । କୁସୁମା ନିକଟରେ ଏହି ମେଳାର ଆୟୋଜନ ହେଉଥିବାରୁ ଏହାକୁ ନେଇ ବିବାଦ ଉପୁଜିଛି । ଏହାପରେ ମେଳା ବନ୍ଦ କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସମସ୍ତ ଅନୁମତି ମଧ୍ୟ ରଦ୍ଦ କରାଯାଇଛି ।