fbpx

ଆଉ ଚିନ୍ତା ନାହିଁ.. ଏଣିକି ଅଫିସରୁ ମିଳିବ Birthday ଛୁଟି, ଏକାଥରେ 2 ଦିନ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ଜନ୍ମଦିନ ସର୍ବଦା ଖାସ୍ ରହିଥାଏ । ନିଆରା ତରିକା ଏବଂ ଖାସ୍ ଲୋକଙ୍କ ସହିତ ଜନ୍ମଦିନ ପାଳନ କରିବା ପାଇଁ ଇଚ୍ଛା ରହିଥାଏ । କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଜନ୍ମଦିନ ପାଳନ କରିବା ପାଇଁ ସମୟ ମିଳେ ନାହିଁ । ଛୁଟି ନମିଳିବା କାରଣରୁ ଜନ୍ମଦିନ ପାଳନରେ ଅସୁବିଧା ହୋଇଥାଏ । ଏଥିପାଇଁ ଅନେକ ଚିନ୍ତାଗ୍ରସ୍ତ ମଧ୍ୟ ରହିଥାନ୍ତି । ସେମାନଙ୍କ କ୍ଷେତ୍ରରେ ଅବସାଦ ମଧ୍ୟ ବୃଦ୍ଧି ପାଇଥାଏ । ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ କହିବେ କା ଆମ ଅଫିସରେ ଏଭଳି ପିଲିସି ଲାଗୁ ହେବା ଉଚିତ ।

ନିକଟରେ ଏକ କର୍ପୋରେଟ କମ୍ପାନୀ ବାର୍ଥଡେ ପ୍ଲସ ଓ୍ବାନ ନାମରେ ଏକ ପଲିସି ଜାରି କରିଛି । ମୋଟ ଦୁଇଟି ଛୁଟି ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଏହା ଦ୍ବାରା କର୍ମଚାରୀମାନେ ପ୍ରତ୍ୟେକ ବର୍ଷ ଜନ୍ମଦିନରେ ଗୋଟିଏ ଛୁଟି ନେଇପାରିବେ । ଅନ୍ୟରପଟେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପାଇଁ ଆଉ ଏକ ଛୁଟି ନେଇପାରିବେ । କମ୍ପାନୀର ସଂସ୍ଥାପକ ଅଭିଜିତ ଚକ୍ରବର୍ତ୍ତି ଏହି ପଲିସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୋ ଜୀବନରେ ମୁଁ ଏହି ସମସ୍ୟା ଦେଇ ଗତି କରିଛି । ତେଣୁ ମୁଁ ମୋ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବି ବୋଲି ସେ ଦର୍ଶାଇଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ପ୍ରଶଂସା କରିଛନ୍ତି  ।

Get real time updates directly on you device, subscribe now.