fbpx

ସୁଶାନ୍ତଙ୍କୁ ଅନ୍ତର୍ଜାତୀୟ ସମ୍ମାନ: ଅଭିନେତାଙ୍କ ଜନ୍ମଦିନକୁ ‘Sushant Moon Day’ ଭାବେ କରାଗଲା ଘୋଷଣା

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କର ବାନ୍ଦ୍ରା ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ରହସ୍ୟ ଘେରରେ ରହିଛି । ତେବେ ଇତିମଧ୍ୟରେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୁଶାନ୍ତ କେବଳ ଜଣେ ଟ୍ୟାଲେଣ୍ଟେଡ ଅଭିନେତା ଥିଲେ ତା’ ନୁହେଁ, ସେ ମହାକାଶ ବିଜ୍ଞାନ ଉପରେ ରୁଚି ରଖିବା ସହ ଗବେଷଣା କରୁଥିଲେ । ସେଥିପାଇଁ ସେ ତାଙ୍କ ଘରେ ଏକ ବିଶାଳକାୟ ଟେଲିସ୍କୋପ ରଖିବା ସହ ଚନ୍ଦ୍ରରେ ମଧ୍ୟ ନିଜ ନାମରେ ଭୂମି କିଣିଥିଲେ । ଏହାଛଡ଼ା ଅନ୍ତରୀକ୍ଷ ଉପରେ ପର୍ଯ୍ୟବେସିତ ‘ଚନ୍ଦା ମାମା ଦୂର କେ’ ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ନେଇ ବହୁତ ଉତ୍ସାହିତ ଥିଲେ ସୁଶାନ୍ତ ।

ତେବେ ଆମେରିକା ଏହି ଦିବଙ୍ଗତ ଆକ୍ଟରଙ୍କୁ ଜନ୍ମଦିନ ଉପହାର ଦେଇ ସମ୍ବର୍ଦ୍ଧିତ କରିବାକୁ ଯାଉଛି । ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୨୧ ତାରିଖରେ ସୁଶାନ୍ତଙ୍କ ଜନ୍ମଦିନ ପଡ଼ିବ । ଏହି ଅବସରରେ ଉକ୍ତ ଦିବସକୁ ‘ସୁଶାନ୍ତ ମୁନ ଡେ’ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । ଆମେରିକାର ଲୁନାର ସୋସାଇଟି ପକ୍ଷରୁ ଏ ବାବଦରେ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରାଯାଇଛି । ଆଜି ସୁଶାନ୍ତ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କୁ ଏହି ଅନ୍ତରାଷ୍ଟ୍ରୀୟ ସମ୍ମାନ ନିଶ୍ଚିତ ଭାବେ ତାଙ୍କର ଜୀବନଠାରୁ ବହୁଗୁଣରେ ଅଧିକ ବୋଲି ତାଙ୍କୁ ଭଲପାଉଥିବା କୋଟି କୋଟି ଶୁଭେଚ୍ଛୁମାନେ ହୃଦୟଙ୍ଗମ କରିଛନ୍ତି ।

Get real time updates directly on you device, subscribe now.