ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷା ଫଳ, ୯୫.୪୦% ରହିଛି ପାସ୍ ହାର

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷା ଫଳ । କଲେଜରେ ପାସ୍ ହାର ୯୫.୪୦% ରହିଥିବା ସୂଚନା ।

କଳାରେ ୯୫.୫୫%, ବିଜ୍ଞାନରେ ୯୬.୧୩% ଏବଂ ବାଣିଜ୍ୟରେ ୯୪.୬୦% ଫଳାଫଳ ରହିଛି ।

ଲଗାତର ଅନେକ ବର୍ଷ ଧରି ବିଜେବି କଲେଜରେ +୩ ରେଜଲ୍ଟ ଭଲ ରହିଛି ।

ଆସନ୍ତା ଜୁନ୍ ୧୫ ତାରିଖ ପୂର୍ବରୁ କଲେଜରେ +୩ ନୂଆ ପିଲାଙ୍କ କ୍ଲାସ ଆରମ୍ଭ ହେବ । ଏ ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି ।