fbpx

ସୁନ୍ଦରଗଡ଼ ଲୋକସଭା ଆସନକୁ ପ୍ରଥମ ଥର ଅକ୍ତିଆର କରିବା ଲକ୍ଷ୍ୟରେ ବିଜେଡି: ବିଜେପି ଓ କଂଗ୍ରେସ ମଧ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଟିକେଟ ପାଇବା ପରେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଟିକେଟ କଟିବା ପରେ କିଛି ନେତା ନିଜ ଦଳ ଛାଡ଼ି ଅନ୍ୟ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ । ମେ ୨୦ରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ କରାଯିବ । ବିଜେଡିରୁ ଦିଲ୍ଲୀପ ତିର୍କୀ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ହୋଇଛନ୍ତି । ଏକଦା ସୁନ୍ଦରଗଡ଼ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ୧୯୮ ମସିହାରେ ବିଜେପି ଟିକେଟରେ ଜୁଏଲ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । ପରବର୍ତ୍ତୀ ଜୁଏଲ ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ଏପିର ଭାବେ ମୋଟ ୫ ଥର ଏହି ଆସନରୁ ଜିତିଥିଲେ । ୧୯୯୮ରୁ ୨୦୧୯ ଦୀର୍ଘ ୨୧ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ କବେଳ ୨୦୦୯ରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିଲା । ତେଣୁ ବିଜେଡି ପ୍ରଥମ ଥର ଏହି ଆସନରେ ଶଙ୍ଖ ଫୁଙ୍କିବା ଲକ୍ଷ୍ୟରେ ରହିଛି ।

୨୦୧୯ରେ ବିଜେପି ପ୍ରାର୍ଥୀ ଜୁଏଲ ୫ ଲକ୍ଷରୁ ଅଧିକ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁନୀତା ୨.୭ ଲକ୍ଷରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ୨.୬ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେପି ପ୍ରାର୍ଥୀ ଜୁଏଲ ୩.୪ ଲକ୍ଷରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ୩.୨ ଲକ୍ଷରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ ୨.୬ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ୨୦୧୪ ପରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀପଙ୍କ ଉପରେ ଭରସା କରିଛି ବିଜେପି । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ ୨.୮ ଲକ୍ଷରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଜୁଏଲ ୨.୬ ଲକ୍ଷରୁ ଅଧିକ ଭୋଟ ଓ ଜେଏମଏମ ପ୍ରାର୍ଥୀ ଲିଭିନସ କିଣ୍ଡୋ ୭୪ ହଜାରରୁ ଅଧିକ ଭୋଟ ପାଇଥିଲେ ।

Get real time updates directly on you device, subscribe now.