fbpx

୫ ଜଣ ନେତାଙ୍କୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଓ ବିଧାନସଭା କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜେଡି

ଓଡିଶା ଭାସ୍କର: ୨୦୨୪ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଅଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଓ କସରତ ଆରମ୍ଭ ହୋଇଗଲାଣି। ଚଳିତ ନିର୍ବାଚନରେ ବିରୋଧୀ ଦଳ ସରକାର ଗଢିବା ଆଶାରେ ରହିଥିବା ବେଳେ ଶାସକ ବିଜେଡି ତା’ର ଦଳୀୟ ନେତାଙ୍କ ଉପରେ ଟାସ୍କ ବଢ଼ାଉଛି। ପ୍ରତି ବୁଥରୁ ଆରମ୍ଭ କରି ପ୍ରତି ନିର୍ବାଚନ ମଣ୍ଡଳୀକୁ ଫୋକସ କରୁଛି ଦଳ। ଏହି କ୍ରମରେ ଦଳ ପ୍ରତ୍ୟେକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରୁଛି। ସେହିପରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଲେଖାଏଁ ନେତାଙ୍କୁ ବି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଉଛି।

ଅନ୍ୟାନ କିଛି ଜିଲ୍ଲାରେ ଏହି ଦାୟିତ୍ୱ ବଣ୍ଟନ ସରିଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲା ପାଇଁ କିଛି ନେତାଙ୍କୁ ନିଯୁକ୍ତ କରିଛି ବିଜେଡି। ଗିରୀଶ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳ ମୀନକେତନ ଅମାତଙ୍କୁ ବାଲିକୁଦା, ମନୋଜ ନାୟକଙ୍କୁ ଜଗତସିଂହପୁର ଦାୟିତ୍ୱ ଦେଇଛି ଦଳ। ଅନ୍ୟପଟେ ସୋଲାର ମିଶ୍ରଙ୍କୁ ତିର୍ତ୍ତୋଲ ଓ ସନ୍ତୋଷ ବେଜଙ୍କୁ ପାରାଦୀପ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

 

 

Get real time updates directly on you device, subscribe now.