ସାଧାରଣ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଭାର

ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ନିଜର ସାଙ୍ଗଠନିକ ଶକ୍ତିକୁ ଆହୁରି ଦୃଢ କରିବା ପାଇଁ ବିଜେଡି ତାର ପର୍ଯ୍ୟବେକ୍ଷକ ସ୍ତରରେ ଅଦଳବଦଳ କରିଛି । ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି ।

ସେହିପହିରି କ୍ୟାପଟେନ ଦିବ୍ୟ ଦି ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି । ତେବେ ଏଥିସହ ପ୍ରଶାନ୍ତ ମୁଦୁଲିଙ୍କୁ ମଯୁରଭଞ୍ଜ,ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର-ଢେଙ୍କାନାଳ-ଅନୁଗୁଳ-କେଉଁଝର , ପ୍ରତାପ କେଶରୀ ଦେବ – ବାଲେଶ୍ଵର, ସୁଧୀର କୁମାର ସାମଲ – ବରଗଡ଼, ପ୍ରଫୁଲ କୁମାର ମଲିକ – କଟକ, ଅରୁଣ କୁମାର ସାହୁ – ଜଗତସିଂହପୁର, ବିଜୟ ବି ନାୟକ – କନ୍ଧମାଳ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା, ଈଶ୍ବର ପାଣିଗ୍ରାଣିଗ୍ରାହୀ – ନବରଙ୍ଗପୁର, ପ୍ରଦ୍ମନାଭ ବେହେରା – ନୟାଗଡ଼, ସେନ୍ହଙ୍ଗିନୀ ଛୁରିଆ – ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ – ପୁରୀ , ପ୍ରୀତିରତିଞ୍ଜନ ଘଡେଇ – ସୁନ୍ଦରଗଡ଼, ପ୍ରଣବ ବଳବନ୍ତ ରାୟ – କଳାହାଣ୍ଡି, ପ୍ରଦୀପ କୁମାର ଅମାତ – ଗଞ୍ଜାମ, ସୌଭାଗ୍ୟ ନାୟକ – ବୌଦ୍ଧ, ଅଶୋକ କୁମାର ପଣ୍ଡା – ଯାଜପୁର, ସାରଦା ପ୍ରସାଦ ନାୟକ – ଝାରସୁଗୁଡା , ଦେବେଶ ଆଚାର୍ଯ୍ୟ ଙ୍କୁ ସୁବର୍ଣ୍ଣପୁର , ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡା ଆଉ ଗଜପତି ଜିଲ୍ଲା ଦାୟିତ୍ବ ମିଳିଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି ।

ତେବେ ଆଗକୁ ନିର୍ବାଚନ ଥିବାରୁ ଏବେ ଠାରୁ ସବୁ ଦଳ ନିଜର ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡୁଛନ୍ତି । ପର୍ଯ୍ୟବେକ୍ଷକମାନେ ଜିଲ୍ଲା ରେ ଦଳୀୟ ସ୍ଥିତିସ୍ଥିକୁତିକୁ ଅନୁଧ୍ୟାନ କରି ଏ ବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀ ଙ୍କୁ ଦେବେ ବୋଲି ସୂଚନା ମିଳିଛି ।